Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ବୁଦ୍ଧି ଶିଖାଇଲା ଫୋନି: ରାଜଧାନୀରେ ପ୍ରଚୁର ମାତ୍ରାରେ ବିକ୍ରି ହେଉଛି ସୋଲାର ପେନାଲ

17/05/2019 at 7:35 PM

ଭୁବନେଶ୍ବର(ଦୁଷ୍ମନ୍ତ ବେହେରା)୧୭|୫: ବୁଦ୍ଧି ଶିଖାଇଲା ଫୋନି । କାଳେ ବିଜୁଳି ଧୋକା ଦେଇଦେବ । ସେଇଥିପାଇଁ  ଘରେ କିଏ ଇନଭର୍ଟର ତ ଆଉ କିଏ ଜେନେରେଟର ରଖିଥିଲେ । ହେଲେ ବତ୍ୟା ଫୋନି ସବୁ କିଛି ବିଗାଡି ଦେଲା । ଇନଭର୍ଟର ଚାର୍ଜ ରଖିଲା ନା ଜେନେରେଟର ତେଲ ଖର୍ଚ ସହି ହେଲା । ଶେଷରେ ଏବେ ବିକଳ୍ପ ବିଜୁଳି ଶକ୍ତି ପାଇଁ ପୁଣିଥରେ ସୂର୍ଯ୍ୟଙ୍କ ଉପରେ ଲୋକେ ଭରସା କରିଛନ୍ତି ।

ଯେଉଁମାନେ ଦିନେ ସୌରଶକ୍ତିକୁ ହତାଦର କରୁଥିଲେ । ଆଜି କିନ୍ତୁ ସେମାନେ ତାକୁ ଆଦର କରୁଛନ୍ତି । କହିବା ଅର୍ଥ ଏଇୟା ଯେ, ବତ୍ୟା ଫୋନି ଲୋକଙ୍କୁ ଏମିତି ବୁଦ୍ଧି ଶିଖାଇଲା । ଶେଷରେ ଏବେ ବିଜୁଳି ଶକ୍ତି ପାଇଁ ପୁଣିଥରେ ସୂର୍ଯ୍ୟଙ୍କ ଉପରେ ଭରସା କରିଛନ୍ତି ଲୋକେ ।

ବାତ୍ୟା ଫୋନି ପୂର୍ବରୁ ବିଜୁଳି କାଟକୁ ନଜରରେ ରଖି ଘରେ କିଏ ଇନଭର୍ଟର ତ ଆଉ କିଏ ଜେନେରେଟର ରଖିଥିଲେ । ହେଲେ ବତ୍ୟା ଫୋନି ସବୁ କିଛି ବିଗାଡି ଦେଲା । ଇନଭର୍ଟର ଚାର୍ଜ ରଖିଲା ନା ଜେନେରେଟର ତେଲ ଖର୍ଚ ସହି ହେଲା । ବିନା ବିଜୁଳିରେ ରାଜଧାନୀବାସୀ ଏକ ପ୍ରକାର ସନ୍ତୁଳି ହୋଇଗଲେ । ଦିନେ କି ଦୁଇ ଦିନ ନୁହେଁ । ପାଖାପାଖି ଆଠ ରୁ ଦଶ ଦିନ । ବର୍ତମାନ ଧିରେ ଧିରେ ସ୍ଥିତିରେ ସୁଧାର ଅସୁଛି ସତ । ତେବେ ଲୋକେ ଏବେ ବିକଳ୍ପ ଶକ୍ତି ମୁହାଁ ।

ରାଜଧାନୀରେ ବଢୁଛି ସୌର ପ୍ୟାନେଲ ବିକ୍ରି । ପୂର୍ବରୁ ଯେତିକି ବିକ୍ରି ହେଉଥିଲା ତାର ଦଶ ଗୁଣା ବଢି ଯାଇଛି । ସରକାର ସବସିଡି ଦେଇ ଲୋକଙ୍କ ଭିତରେ ସୌରଶକ୍ତିର ଚାହିଦା ବଢାଇବାକୁ ଚେଷ୍ଟା କରି ଯେତିକି ସଫଳ ହୋଇ ନ ଥିଲେ । ଫୋନି ଆପଣା ଛାଏଁ ସୌରଶକ୍ତି ଚାହଦା ବଢାଇ ଦେଇଛି । ଲାକେ ସୌରଶକ୍ତି ପ୍ୟାନେଲ କିଣୁଛନ୍ତି । ମାକେର୍ଟରେ ସବୁଠୁ ବେଶି ସୋଲାର ପ୍ୟାନ ଚାହିଦା ରହିଛି ।

ଅପରପକ୍ଷରେ ବର୍ତମାନ ସୌର ଶକ୍ତି ହିଁ ବିକଳ୍ପ । ଦେଖିବା ପାଇଁ ଗଲେ ସବୁ ଦୃଷ୍ଟି କୋଣରୁ ସୌରଶକ୍ତି ଲୋକଙ୍କ ପାଇଁ ଲାଭଦାୟକ । ବହୁତ କମ ଖର୍ଚରେ ଲୋକଙ୍କର ପାଓ୍ବାର ସଲ୍ୟୁସନ କରି ବୋଲି ବିଶେଷଜ୍ଞ କହିଛନ୍ତି ।

ବାତ୍ୟା ଫୋନି ପରେ ସମସ୍ତେ ଏବେ ବିକଳ୍ପ ଶକ୍ତି ସନ୍ଧାନରେ । ଆଉ ଏହି ବିକଳ୍ପ ଶକ୍ତି ହେଉଛି ସୋଲାର ପାଓ୍ବାର । ରାଜଧାନୀରେ ଯାହାର ଚାହିଦା ବଢି ଯାଇଛି ।

   Related Posts