Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ : ଜାଣନ୍ତୁ କେଉଁ ସମୟରେ ଲାଗିବ ସୂର୍ଯ୍ୟଗ୍ରହଣ, ଏହି ସମୟରେ କଣ କରିବେ ଏବଂ କଣ ନ କରିବେ

1/07/2019 at 3:55 PM

ଭୁବନେଶ୍ୱର ୧/୭ : ଜୁଲାଇ ୨ ତାରିଖ, ମଙ୍ଗଳବାର ଦିନ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ହେବାକୁ ଯାଉଛି । ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟଗ୍ରହଣ ରାତି ୧୧ଟା ୩୦ ମିନିଟ ସମୟରେ ଲାଗିବ ଏବଂ ରାତି ୨ଟା ୧୫ ମିନିଟ ସମୟରେ ଶେଷ ହେବ । ଅର୍ଥାତ ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦେଖିବାକୁ ମିଳିବନାହିଁ । ସୂର୍ଯ୍ୟଗ୍ରହଣ ଦକ୍ଷିଣ ଆମେରିକାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା ସୂର୍ଯ୍ୟଗ୍ରହଣ ସମୟରେ କଣ କରିବ ଉଚିତ ଏବଂ କଣ କରିବ ଅନୁଚିତ

ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରିବେ ନାହିଁ । ଗ୍ରହଣ ସମୟରେ କୌଣସି ନୂଆ କାମ ଆରମ୍ଭ କରିବ ଅନୁଚିତ । ଗ୍ରହଣ ଲାଗିଥିବା ସମୟରେ କେବଳ ଭଗବାନଙ୍କ ନାଁ ଜପ କରିବ ଉଚିତ । ଦାନ ଧର୍ମ ମଧ୍ୟ କରିପାରିବେ ।

ଗର୍ଭବତୀ ମହିଳାଙ୍କ ଏହି ସମୟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ପୂଜା ସ୍ଥାନ ବା ଘରର ମନ୍ଦିରକୁ କୌଣସି ସଫା କପଡାରେ ଘୋଡାଇ ରଖିବା ଉଚିତ । ସୂର୍ଯ୍ୟ ଗ୍ରହଣ ଶେଷ ହେବାପରେ ସମ୍ପୂର୍ଣ ଘରେ ଗଙ୍ଗାଜଳ ଛିଞ୍ଚନ କରି ଘରକୁ ଶୁଦ୍ଧ କରିବ ଉଚିତ ।

ଚଳିତ ବର୍ଷ ଜୁଲାଇ ମାସରେ ଉଭୟ ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣ ପଡୁଛି । ଆସନ୍ତାକାଲି ପଡ଼ିବାକୁ ଥିବା ସୂର୍ଯ୍ୟଗ୍ରହଣର ପ୍ରଭାବ ଭାରତରେ କମ ପଡିବ । ସୂର୍ଯ୍ୟଗ୍ରହଣ ପୃଥିବୀର ଯେକୌଣସି ସ୍ଥାନରେ ଲାଗିଲେ ମଧ୍ୟ ଏହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ ।

ସୂର୍ଯ୍ୟ ଯେତେବେଳେ ପରିକ୍ରମା କରି ପୃଥିବୀର ଠିକ ମଧ୍ୟ ଭାଗକୁ ଆସିଥାନ୍ତି ସେହି ସମୟକୁ ସୂର୍ଯ୍ୟ ଗ୍ରହଣ ବୋଲି କୁହାଯାଏ । ଭାରତୀୟ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ଅଧିକାଂଶ ଅମାବାସ୍ୟା ଦିନ ହୋଇଥାଏ । ଚନ୍ଦ୍ରଗ୍ରହଣ ସବୁବେଳେ ପୁର୍ଣିମା ତିଥିରେ ପଡିଥାଏ ।

ଯେହେତୁ ସୂର୍ଯ୍ୟଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ, ଏହାର ପ୍ରଭାବରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଭଗବାନ ଶିବଙ୍କ ନାମ ଜପ କରିବ ଉଚିତ । ଶିବ ଚାଳିଶା ମଧ୍ୟ ପଢି ପାରିବେ । ଏହି ସମୟରେ ତୁଳସୀ ପତ୍ର ସେବନ କରିବ ମଧ୍ୟ ଶୁଭ ହୋଇଥାଏ ।

   Related Posts