Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆଜି ସୂର୍ଯ୍ୟପରାଗ : ଦିନ ୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ପାକ ନିଷେଧ ଓ ଦେବନୀତି ବନ୍ଦ, ଓଡିଶାରେ ଆଂଶିକ ଦୃଶ୍ୟମାନ

21/06/2020 at 7:32 AM

ଭୁବନେଶ୍ବର ୨୧।୬: ଆଜି ବିରଳ ବଳୟ ସୂର୍ଯ୍ୟ ପରାଗ । ପରାଗ ସକାଳ ୧୦ଟା ୨୦ ମିନିଟ୍ ରୁ ଏହା ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟ୍ ରେ ଶେଷ ହେବ । ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ପରାଗର ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଦିନ ୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ପାକ ନିଷେଧ ଓ ଦେବନୀତି ବନ୍ଦ ।

ଭୁବନେଶ୍ବରରେ ଏହା ୧୦ଟା ୩୮ ମିନିଟ୍ ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟରେ ଶେଷ ହେବ । ତେବେ ରାଜ୍ୟରେ ଆଶିଂକ ପରାଗ ଦୃଶ୍ୟମାନ ହେବ । ଓଡିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡାଇ ଦେବ । ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ଏକ ମିନିଟ୍ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ । ପୃଥିବୀ ଓ ସୂର୍ଯ୍ୟ ମଝିରେ ଗୋଟିଏ ସରଳ ରେଖାରେ ରହିବ ଚନ୍ଦ୍ର ।

ତେବେ କରୋନା ସଟ୍ ଡାଉନ୍ ଯୋଗୁଁ ଏହି ମହା ଜାଗତିକ ଦୃଶ୍ୟକୁ ଏଥର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଦେଖି ପାରିବେନି ଦର୍ଶକ । ଲୋକେ କିଭଳି ଘରେ ବସି ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖି ପାରିବେ ସେନେଇ ପ୍ଲାନେଟୋରିୟମ ପକ୍ଷରୁ ଅନଲାଇନ୍ ବ୍ୟବସ୍ଥା ହୋଇଛି ।

ପରାଗକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଦୂରବିକ୍ଷୀଣ ଯନ୍ତ୍ର, ବାଇନାକୁଲାର, ହଳଦି ପାଣି, କଳା ଚଷମା, କଳା କାଚ ମାଧ୍ୟମରେ ସୂର୍ଯ୍ୟପରାଗ ଦେଖିପାରିବେ ।

   Related Posts