Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜି ବିରଳ ସୂର୍ଯ୍ୟପରାଗ : ଜାଣନ୍ତୁ ଗ୍ରହଣ ଆରମ୍ଭ ଏବଂ ସର୍ବମୋକ୍ଷର ସମୟ

26/12/2019 at 7:17 AM

ଭୁବନେଶ୍ବର ୨୬।୧୨: ଆରମ୍ଭ ହୋଇଯାଇଛି ଅବଗଣନା । ଆଉ କେଇଟା ମିନିଟ୍ ପରେ  ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ବିରଳ ସୂର୍ଯ୍ୟପରାଗ । ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ । ଏହି ସୂର୍ଯ୍ୟପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦେଖାଯିବ । ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦେଖାଯିବାର ଭିନ୍ନ ଭିନ୍ନ ସମୟ ରହିଛି । ଭୁବନେଶ୍ବରରେ ୮ଟା ୧୯ ମିନିଟ୍ ୪୮ ସେକେଣ୍ଡରେ ପରାଗ ଦେଖାଯିବା ଆରମ୍ଭ ହେବ । ୯ଟା ୪୬ ମିନିଟ୍ ୭ ସେକେଣ୍ଡରେ ପରାଗ ସବୁଠାରୁ ଭଲ ଭାବେ ଦେଖାଯିବ । ୧୧ଟା ୨୮ ମିନିଟ୍ ୩୮ ସେକେଣ୍ଡରେ ଭୁବନେଶ୍ବରରେ ପରାଗ ଶେଷ ହେବ । ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ଏହି ସମୟରେ ସୂର୍ଯ୍ୟଙ୍କ ପ୍ରାୟ ୫୫ ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ। ଯାହା କି ବିରଳ ବୋଲି କୁହାଯାଉଛି।

ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ବର ପଠାଣି ସମାନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟେଲିସ୍କୋପ୍ ମାଧ୍ୟମରେ ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ। ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ମନା । ତେଣୁ ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ସମସ୍ତେ ଦେଖିପାରିବା ଭଳି ବନ୍ଦୋବସ୍ତ କରାଯାଇଛି। ଦର୍ଶକଙ୍କ ପାଇଁ ମାଇଲାର ସିଟ୍ ମଧ୍ୟ ରଖାଯାଇଛି। ଏଥିରେ ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ।

ସେହିପରି ସୋଲାର ସ୍ପେକ୍ ମାଧ୍ୟମରେ ସମସ୍ତେ ସୂର୍ଯ୍ୟପରାଗ ଦେଖିପାରିବେ । ଏହି ସୋଲାର ସ୍ପେକ୍ କିଣିବାକୁ ପଡ଼ିବ । ପ୍ଲାନେଟୋରିୟମ୍ ବ୍ୟତୀତ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଏବଂ ବିଜେବି କଲେଜରେ ମଧ୍ୟ ସୂର୍ଯ୍ୟପରାଗ ଦେଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

   Related Posts