୨୬ ତାରିଖ ସୂର୍ଯ୍ୟପରାଗରେ ହାଣ୍ଡିଛାଡ ସମୟ, ପରାଗ ସମୟ

Published By : Prameya-News7 Bureau | December 24, 2019 IST

ଭୁବନେଶ୍ୱର ୨୪।୧୨ - ଚଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହୋଇଥାଏ ।

{"id":201830,"sizeSlug":"large"}

ଓଡିଶାରେ ଏହା ଦୃଶ୍ୟମାନ ହେଉଥିବାରୁ ଏହା ପାଳନୀୟ । ପୌଷ ଅମାବାସ୍ୟା ତିଥି ଇଂରାଜୀ ତାରିଖ ୨୬।୧୨।୨୦୧୯ ତାରିଖ ଗୁରୁବାର ସୂର୍ଯ୍ୟପରାଗ ହେବ । ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ।

{"id":201832,"width":559,"height":339,"sizeSlug":"large"}

୨୫ ତାରିଖ ବୁଧବାର ରାତି ୮ଟା ୧୯ ମିନିଟ୍‌ରେ ହାଣ୍ଡିଛାଡ । ପାକ କର୍ମ ଓ ଅନ୍ନ ଭୋଜନ ସହ ଦେବନୀତି ଏହି ସମୟ ପୂର୍ବରୁ ସାରିବାକୁ ହେବ । ଖଡିରତ୍ନ ପଞ୍ଜିକାର ସୂଚନା ଅନୁସାରେ ବୁଧବାର ରାତି ୮ଟା ୧୯ ମିନିଟ୍‌ ପରେ ହାଣ୍ଡି ଛାଡ ଓ ଦେବନୀତି କରିବା ଅନୁଚିତ୍‌ । ପରଦିନ ଅର୍ଥାତ ୨୬।୧୨।୨୦୧ ଗୁରୁବାର ଦିନ ୧୧ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ହାଣ୍ଡିଛାଡ ।

ପୁରୀରେ ୨୬।୧୨।୨୦୧ ଗୁରୁବାର ସକାଳ ୮ଟା୧୯ ମିନିଟ୍‌୨୦ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଗୁରୁବାର ଦିନ ୧୧ଟା ୨୯ ରେ ଗ୍ରହଣ ସମାପ୍ତ । ଏହାପରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ଦେବନୀତି କରଣୀୟ ।

ତେବେ ବାଳକ ବୃଦ୍ଧ ଓ ରୋଗୀ ଏହି ସମୟରେ ଖାଦ୍ୟ ଗ୍ରହଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.