ସୂର୍ଯ୍ୟପରାଗ: ୧୨ ଘଣ୍ଟା ପାଇଁ ଲାଗିଗଲା ସୁତକ, ଏହି ସମୟରେ କରନ୍ତୁ ନାହିଁ ଏସବୁ କାମ

Published By : Prameya-News7 Bureau | June 20, 2020 IST

ଭୁବନେଶ୍ଵର ୨୦।୦୬: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ଅର୍ଥାତ ଜୁନ ୨୧ରେ ସକାଳ ପ୍ରାୟ ୯ଟା ୧୫ ମିନିଟ୍‌ରୁ ଆରମ୍ଭ ହେଉଛି। ଏହା ଅପରାହ୍ନ ୩ଟା ୪ ମିନିଟ୍ ପର୍ଯ୍ୟନ୍ତ ରହିବ। ଜ୍ୟୋତିର୍ବିଦଙ୍କ ଅନୁଯାୟୀ ସୂତକ କାଳ ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଜୁନ ୨୦ ରାତି ପ୍ରାୟ ୯ଟା ୨୫ ମିନିଟ୍‌ରୁ ଲାଗିବ। ଯାହା ଏବେ ଆରମ୍ଭ ମଧ୍ୟ ହୋଇ ସାରିଛି। ସୂର୍ଯ୍ୟପରାଗରେ ସୁତକ କାଳକୁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଏ। ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ଅନୁଯାୟୀ ସୁତକ କାଳ ଲାଗିବା ପରେ କେଉଁ କେଉଁ କାମ କରିବା ଉଚିତ୍ ନୁହେଁ।

୧ – ସୂର୍ଯ୍ୟପରାଗ ସମୟରେ କୌଣସି ପ୍ରକାରର ଖାଦ୍ୟ ପଦାର୍ଥ ସେବନ କରନ୍ତୁ ନାହିଁ। କିନ୍ତୁ ଏହି ଛୋଟ ପିଲା, ଅସୁସ୍ଥ ବ୍ୟକ୍ତି ଏବଂ ବୃଦ୍ଧଙ୍କ ଉପରେ ଲାଗୁ ହୁଏ ନାହିଁ।

୨ – ସୁତକ କାଳ ସମୟରେ କୌଣସି ପ୍ରକାରର ନୂତନ କାମ କିମ୍ବା ଶୁଭ କାର୍ଯ୍ୟ କରିବା ଅନୁଚିତ୍। ଘର ନିର୍ମାଣ, ଗାଡି କିଣିବା କିମ୍ବା ବିବାହ ପ୍ରସ୍ତୁତି ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ।

୩- ସୁତକ ସମୟରେ କଇଁଚି, ଚାକୁ, କଣ୍ଟା କିମ୍ବା ଛୁଞ୍ଚି ପରି ଧାରୁଆ ଜିନିଷ ବ୍ୟବହାର କରନ୍ତୁ ନାହିଁ।

୪ – ଗ୍ରହଣ ସମୟରେ ପୂଜାପାଠ କରିବା ଉଚିତ୍ ନୁହେଁ ଏବଂ ଭଗବାନଙ୍କ ମୂର୍ତ୍ତିକୁ ହାତରେ ସ୍ପର୍ଶ କରିବା ମଧ୍ୟ ଉଚିତ୍ ନୁହେଁ।

୫ - ମାନ୍ୟତା ରହିଛି ଯେ, ସୂର୍ଯ୍ୟ ପରାଗ ଦିନ କୌଣସି ଗଛରୁ ପତ୍ର, ଫୁଲ ଓ ଡାଳ ଭାଙ୍ଗିବା ଉଚିତ୍ ନୁହେଁ। ଏହା ବ୍ୟତୀତ ଚୁଟି କାଟିବା ଏବଂ କପଡା ଚିପୁଡିବା ମଧ୍ୟ ଅନୁଚିତ୍।

୬ – ନଖ, ଚୁଟି ଆଦି କାଟିବା ମଧ୍ୟ ଅଶୁଭ କୁହାଯାଏ। ତେଣୁ ସୂର୍ଯ୍ୟପରାଗ ସମୟରେ ଏମିତି କରିବାରୁ ନିବୃତ୍ତ ରୁହନ୍ତୁ।

୭ - ମାନ୍ୟତା ରହିଛି ସୂର୍ଯ୍ୟପରାଗ ସମୟରେ ଯଦି ଅନ୍ୟ ବ୍ୟକ୍ତିଙ୍କ ଖାଦ୍ୟ ଖାଇ ଦେବେ, ତେବେ ଏଥିରେ ୧୨ ବର୍ଷର ଅର୍ଜିଥିବା ସମସ୍ତ ପୁଣ୍ୟ ନଷ୍ଟ ହୋଇ ଯାଉ। ଏହା ମଧ୍ୟ କୁହାଯାଉଛି ଯେ, ଏହି ସମୟରେ ଗୁରୁମନ୍ତ୍ର, ଇଷ୍ଟମନ୍ତ୍ର କିମ୍ବା ଭଗବାନଙ୍କ ନାମ ଜପ କରିବା ଉଚିତ୍।

୮ - ଅନ୍ୟପଟେ ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଅଧିକ ଅଧିକ ସତର୍କ ରହିବାକୁ କୁହାଯାଇଛି। ସେମାନଙ୍କୁ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ଉଚିତ୍ ନୁହେଁ। ଏହି ସମୟରେ ସେମାନଙ୍କୁ ଘରେ ରହିବା ହିଁ ଶ୍ରେୟସ୍କର।

୯ – ଧାର୍ମିକ ମାନ୍ୟତା ଅନୁସାରେ, ଗ୍ରହଣର ସୂତକ ଲାଗିବା ପରେ କୌଣସି ବି ଗରିବ କିମ୍ବା ଅସହାୟ ବ୍ୟକ୍ତିଙ୍କୁ ଅପମାନ କରିବା ଉଚିତ୍ ନୁହେଁ। ଏମିତି କଲେ ଆପଣ ଅଧିକ ପାପର ଭାଗିଦାରୀ ହୋଇ ପାରନ୍ତି।

୧୦ – ସୂର୍ଯ୍ୟପରାଗର ସୁତକ ଲାଗିବା ପରେ ଗର୍ଭବତୀ ମହିଳାଙ୍କୁ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଧାତୁରେ ନିର୍ମିତ ବସ୍ତୁ ପିନ୍ଧିବା କି ପ୍ରୟୋଗ କରିବା ଉଚିତ୍ ନୁହେଁ।

୧୧- ସୁତକ କାଳ ଲାଗିବା ପରେ ମାଛ, ମାଂସ କିମ୍ବା ସିଗାରେଟ୍ ଆଦିର ସେବ କରିବା ଉଚିତ୍ ନୁହେଁ। ସୁତକ ଲାଗିବା ପରଠୁ ଏସବୁ ଜିନିଷରୁ ଦୂରେଇ ରହିବା ଏକାନ୍ତ ଆବଶ୍ୟକ।

୧୨ - କିନ୍ତୁ ସୂର୍ଯ୍ୟପରାଗ ସମୟରେ ଅନେକ ପୂଣ୍ୟ କାମ କରିବାକୁ କୁହାଯାଇଛି। ଏହି ସମୟରେ ଯଦି ଗାଈକୁ ଘାସ, ପକ୍ଷୀଙ୍କୁ ଅନ୍ନ ସହିତ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରିବେ ତେବେ ଆପଣଙ୍କୁ ଅନେକ ଗୁଣ ପୁଣ୍ୟ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.