ବେଙ୍ଗାଲୁର ୨୬।୧୨ -ଏକବିଂଶ ଶତାବ୍ଦୀରେ ମଧ୍ୟ ମାନବ ସମାଜ ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ ରହିଛି । ବିଜ୍ଞାନ ଯେତିକି ଆଗକୁ ଯାଉଛି ମଣିଷ ସମାଜ ସେତିକି ଅନ୍ଧବିଶ୍ବାସର କବଳିତ ହୋଇ ରହିଛି। ଆଜି ମଧ୍ୟ ସେହିଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଚିତ୍ର କର୍ଣ୍ଣାଟକର ଗୁଲବର୍ଗାରେ ଦେଖିବାକୁ ମିଳିଛି।
ଆଜିର ବିଜ୍ଞାନ ଯୁଗରେ ଲୋକେ ଅନ୍ଧବିଶ୍ଵାସରେ ବଶବର୍ତ୍ତୀ ହୋଇ ରହିଛନ୍ତି।ସୂର୍ଯ୍ୟପରାଗର ଆରମ୍ଭରେ ଛାଇ ଆଲୁଅର ଲୁଚକାଳି ଖେଳ ଦେଖିବାକୁ ସାରା ଦେଶବାସୀ ଇଚ୍ଛୁକ ଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଆରୋଗ୍ୟ ଲାଭ ପାଇଁ ଦିବ୍ୟାଙ୍ଗ ପିଲାମାନଙ୍କୁ ମାଟିରେ ପୋତାଯାଇଛି ।ଅନ୍ଧବିଶ୍ଵାସର ଅନ୍ଧଗଳିର ଚିତ୍ର କର୍ଣ୍ଣାଟକ ଗୁଲବର୍ଗାରେ ଦେଖିବାକୁ ମିଳିଛି ।ଏଠାରେ ଜୀବନ୍ତ ପିଲାମାନଙ୍କୁ ବେକ ପର୍ଯ୍ୟନ୍ତ ମାଟିରେ ପୋତା ଯାଇଛି।କର୍ଣ୍ଣାଟକ ଗୁଲବର୍ଗାରେ ଏକ ଅନ୍ଧବିଶ୍ଵାସ ରହିଛି । ଏଠାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ବେକ ଯାଏଁ ମାଟିରେ ପୋତିଲେ ସେମାନେ ଆରୋଗ୍ୟ ଲାଭ କରନ୍ତି।ତେଣୁ ସୂର୍ଯ୍ୟପରାଗ ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ମାଟିରେ ପୋତାଯାଉଛି। ପିଲାମାନଙ୍କୁ ମାଟିରେ ପୋତା ଯାଉଛି। ଆଉ ପିଲାମାନଙ୍କୁ ପୋତିଥିଲେ ସେମାନଙ୍କ ବାପା ମାଆ।