୫୦୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଦିନକ ପରେ ସୂର୍ଯ୍ୟ ପରାଗ: ଏହି ବିରଳ ଦିନରେ କଣ କରିବେ, କଣ ବାରଣ…

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ, ୧୯|୦୬:  ରବିବାର ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ । ଏହାର ଆକାର କୁଣ୍ଡଳି ବା ବଲୟାକାର ହେବ । ଧାର୍ମିକ ଦୃଷ୍ଟିକୋଣରୁ ଏହି ସୂର୍ଯ୍ୟ ପରାଗ ଅଧିକ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ଦିନ ଗ୍ରହ ଓ ନକ୍ଷତ୍ରଙ୍କ ମଧ୍ୟରେ ଏପରି ସଂଯୋଗ ସୃଷ୍ଟି ହେବାକୁ ଯାଉଛି ଯାହା ଗତ ୫୦୦ ବର୍ଷ ହେଲା ହୋଇନାହିଁ । ଏହି ସମୟରେ ଆକାଶରେ ଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିବ ।

ଏହି ସୂର୍ଯ୍ୟ ଗ୍ରହଣ ବଳୟାକାର ହେବ । ସେହି ସ୍ଥିତିକୁ ବଳୟାକାର କୁହାଯାଏ ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟକୁ ଢାଙ୍କିଦେବ । ସକାଳ ୧୦ଟା ୨୦ରୁ ପରାଗ ଆରମ୍ଭ ହେବ। ଏହା ଦିନ ୧ଟା ୪୯ ମିନିଟରେ ସମାପ୍ତ ହେବ ।  ସୂର୍ଯ୍ୟ ପରାଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଦିନ ୧୨ ଟା୧୮ ।

ପରାଗ ବେଳେ କଣ କରିବା ଉଚିତ ଓ ଅନୁଚିତ

ପାରମ୍ପାରିକ ମାନ୍ୟତା ଅନୁସାରେ, ପରାଗ ଲାଗିଥିବା ବେଳେ କିଛି ଖାଇବା ପିଇବା କରିବା ଉଚିତ ନୁହେଁ । ଏପରିକି ରୋଷେଇ ମଧ୍ୟ କେହିକେହି କରନ୍ତି ନାହିଁ । କାରଣ ପରାଗ ବେଳେ ବାହାରୁଥିବା ହାନିକାରକ କିରଣ ଖାଦ୍ୟକୁ ବିଷାକ୍ତ କରିଦିଏ । ଫଳରେ କିଛି ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ ।

ଜ୍ୟୋତିଷଙ୍କ କହିବାନୁସାରେ, ପରାଗର ୧୨ ଘଣ୍ଟା ପୂର୍ବରୁ ଓ ଶେଷ ହେବାର ୧୨ ଘଣ୍ଟା ଅଧିକ ଗୁରୁତ୍ୱପୂର୍ଣ୍ଣ । ପରାଗ ଲାଗିବା ପୂର୍ବରୁ ଭୋଜନ କରିବା ଆବଶ୍ୟକ । ଶିଶୁ, ଗର୍ଭବତୀ, ବୟସ୍କ ବ୍ୟକ୍ତି ୪ ଘଣ୍ଟା ପୂର୍ବରୁ ଖାଇପାରିବେ ।

ଯଦି ଘରେ ଖାଦ୍ୟ ରନ୍ଧା ହୋଇଛି ତେବେ ସବୁଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ ।ଗ୍ରହଣ ଶେଷ ହେବା ପରେ ଏହାକୁ ବାହାର କରିଦିଅନ୍ତୁ । ଏଥିରେ ଖାଦ୍ୟ ସତେଜ ରହିବା ସହ ଫିଙ୍ଗିବାର ଆବଶ୍ୟକତା ନାହିଁ । ଗ୍ରହଣ ପରେ ଘରେ ଥିବା ପାଣିକୁ ପରିବର୍ତ୍ତନ କରିଦିଅନ୍ତୁ । ପରାଗ ପରେ ପାଣି ଦୂଷିତ ହୋଇଯିବା କୁହାଯାଏ । ଘରେ ଗଙ୍ଗା ପାଣି ଛିଞ୍ଚନ୍ତୁ ।

ପରାଗ ଲାଗିଥିବା ବେଳେ ଭଜନ କୀର୍ତ୍ତନ, ଇଷ୍ଟ ମନ୍ତ୍ର, ଗୁରୁମନ୍ତ୍ର ଆଦି ଜପ କରିବା ଉଚିତ । ପରାଗ ପରେ ସୁନା, ରୁପା ଆଦି ଦାନ କରନ୍ତୁ । ଏପରି କଲେ ଶୁଭଫଳ ମିଳିବ ।

ପରାଗ ବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଅତ୍ୟାବଶ୍ୟକ ହେଲେ ଶୂନଶାନ ସ୍ଥାନକୁ ଯାଆନ୍ତୁ ନାହିଁ । ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖନ୍ତୁ ନାହିଁ । ସୋଲାର ଫିଲ୍ଟର ଚଷମା ବ୍ୟବହାର କରି ସୂର୍ଯ୍ୟ ପରାଗ ଦେଖିପାରିବେ । 

ଏହି କଥା ଉପରେ  ଧ୍ୟାନ ଦିଅନ୍ତୁ

ପରାଗ ବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।

ପରାଗ ବେଳେ ତେଲ ଲଗାଇବା, ପାଣି ପିଇବା, ଚୁଟି କାଟିବା, ପୋଷାକ ସଫା କରିବା ଆଦି ବର୍ଜନୀୟ ।

ପରାଗ ବେଳେ ଶୋଇବା ଅନୁଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.