Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କାଲି ସୂର୍ଯ୍ୟ ପରାଗ : ଆଜି ରାତି ୧୦ଟାରୁ ହାଣ୍ଡିଛାଡ, ଓଡିଶାରେ ହେବ ଆଂଶିକ ଦୃଶ୍ୟମାନ

20/06/2020 at 11:34 AM

ଭୁବନେଶ୍ବର ୨୦।୬: ଆସନ୍ତା ଜୁନ୍‌ ୨୧ରେ ସୂର୍ଯ୍ୟ ପରାଗ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟ ପରାଗ ହେବ । ଏହି ସୂର୍ଯ୍ୟ ପରାଗ ଭାରତ ସମେତ ଓଡ଼ିଶାରେ ଦୃଶ୍ୟ ହେବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଭାରତର ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ । ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟ ହେବ ।

ଭୁବନେଶ୍ୱରଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୮ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍‌ ୯ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ୫୧ ସେକେଣ୍ଡରେ ହେବ । କଟକଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍ ୨୩ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୧୦ ମିନିଟ୍‌ ୫ ସେକେଣ୍ଡରେ ହେବ ।

ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ । ଏଥି ନିମନ୍ତେ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶନିବାର ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗର ବିଧିବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସୂର୍ଯ୍ୟ ପରାଗ ଦର୍ଶନ ମେଷ, ବୃଷ, ସିଂହ, ମକର, କୁମ୍ଭ ଓ ମୀନ ରାଶିଙ୍କ ପାଇଁ ଶୁଭଙ୍କର ହେବ ।

ନିରାପଦ ଓ ସହଜ ଉପାୟଗୁଡ଼ିକ ମଧ୍ୟରେ ସୂର୍ଯ୍ୟୋପରାଗ ଦେଖି ହେବ । ଉପଯୁକ୍ତ ସାବଧାନତା ଅବଲମ୍ବନ କରି ଏହି ବିରଳ ଦୃଶ୍ୟଗୁଡ଼ିକ ଉପଭୋଗ କରିହେବ । ସୌର ଚଷମା, ୧୪ ନମ୍ବର ୱେଲଡିଂ କାଚ, ପିନକଣା ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ପରାଗ ଦେଖିପାରିବେ । ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ କେବେ ବି ଖାଲିଆଖିରେ, ଦୂରବୀକ୍ଷଣ ବା ବାଇନାକୁଲାର୍‌ରେ ଦେଖନ୍ତୁ ନାହିଁ । ହଳଦି ପାଣି, ଏକ୍ସରେ ଫିଲ୍ମ (ଯେତେ ଅଧିକ ପରସ୍ତଯୁକ୍ତ ହେଲେବି), କଳା ଚଷମା ତଥା କଳା କାଚ ମାଧ୍ୟମରେ ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ ଦେଖିବା ବିଲ୍‌କୁଲ୍‌ ନିରାପଦ ନୁହେଁ । ଏମିତି କି ଅଳ୍ପ କିଛି ସମୟ ପାଇଁ ବି ସୂର୍ଯ୍ୟକୁ ବା ସୂର୍ଯ୍ୟୋପରାଗକୁ ଖାଲି ଆଖିରେ ଦେଖିବା କଥା ନୁହେଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

   Related Posts