ଆସନ୍ତା ୨୬ ତାରିଖରେ ସୂର୍ଯ୍ୟ ପରାଗ, ମହାପ୍ରଭୁଙ୍କର ରହିଛି ସ୍ବତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | December 24, 2019 IST

ପୁରୀ୨୪/୧୨: ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେବ । ଆସନ୍ତାକାଲି ରାତି ସାରା ମହାପ୍ରଭୁଙ୍କ ଶ୍ରୀମନ୍ଦିର ଖୋଲା ରହିବ ଓ ଦର୍ଶନ ମିଳିବ ।

{"id":202207,"sizeSlug":"large"}

ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି । ୨୫ ତାରିଖ ରାତି ୮ ଟା ୨୦ ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଡିସେମ୍ୱର ୨୬ ସକାଳ ୮ ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ ।

{"id":202208,"sizeSlug":"large"}

୧୧ ଟା ୩୦ରେ ସର୍ବମୋକ୍ଷ ହେବ । ୨୬ ତାରିଖ ସକାଳେ ସୂର୍ଯ୍ୟ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ତଡ଼ପ, ମଇଲମ, ମଙ୍ଗଳ ଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗ୍ରହଣ ସାଧାବେଶ ପରେ ଗ୍ରହଣ ଭୋଗ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.