Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସୂର୍ଯ୍ୟ ପରାଗ ଦେଖିବା ଏହି ରାଶି ଓ ନକ୍ଷତ୍ର ପାଇଁ ଶୁଭ- ଜାଣନ୍ତୁ କାହାପାଇଁ ଅଶୁଭ

24/12/2019 at 12:18 PM

ଭୁବନେଶ୍ୱର ୨୪।୧୨ – ଡିସେମ୍ବର ୨୬ ତାରିଖ ଗୁରୁବାରରେ ବର୍ଷର ଶେଷ ସୂର୍ଯ୍ୟ ପରାଗ । ଭାରତରେ ଏହି ପରାଗ ଦୃଶ୍ୟମାନ ହେବ । ଓଡ଼ିଶାରେ ଆଶିଂକ ସୂର୍ଯ୍ୟ ପରାଗ ଦେଖା।ଯିବ । ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ସୂର୍ଯ୍ୟ ପରାଗ ଦେଖିବା କେତକ ରାଶି ପାଇଁ ଶୁଭ ଓ କେତକ ରାଶି , ନକ୍ଷତ୍ରଙ୍କ କ୍ଷେତ୍ରରେ ଏହା ଦେଖିବା ବର୍ଜନୀୟ ।

ଏହି ରାଶିଧାରୀଙ୍କ ପାଇଁ ସୂର୍ଯ୍ୟ ପରାଗ ଶୁଭ –

ମିଥୁନ , କର୍କଟ, ତୁଳା, ଧନୁ, କୁମ୍ଭ ରାଶିଙ୍କ ପକ୍ଷେ ସୂର୍ଯ୍ୟ ପରାଗ ଦେଖିବା ଶୁଭପ୍ରଦ । ଅନ୍ୟ ରାଶିଙ୍କ ପାଇଁ ଅଶୁଭ ଫଳ ।

ନକ୍ଷତ୍ର ଶୁଦ୍ଧି –
ଦ୍ୱିଜା, କୃତ୍ତିକା , ମୃଗଶିରା , ପୁନର୍ବସୁ, ଅଶ୍ଳେଷା , ପୂର୍ବ ଫାଲ୍‌ଗୁନୀ, ଉତ୍ତରାଫାଲଗୁନୀ, ଚିତ୍ରା , ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଉତ୍ତରାଷାଢା , ଧନିଷ୍ଠା, ପୂର୍ବଭାଦ, ରେବତୀ ନକ୍ଷେତ୍ରଙ୍କ ପାଇଁ ଶୁଭା ଶୁଭ ଫଳ ପ୍ରଦାନ କରିବ ।

ଚଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହୋଇଥାଏ ।

ଓଡିଶାରେ ଏହା ଦୃଶ୍ୟମାନ ହେଉଥିବାରୁ ଏହା ପାଳନୀୟ । ପୌଷ ଅମାବାସ୍ୟା ତିଥି ଇଂରାଜୀ ତାରିଖ ୨୬।୧୨।୨୦୧୯ ତାରିଖ ଗୁରୁବାର ସୂର୍ଯ୍ୟପରାଗ ହେବ । ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ।

୨୫ ତାରିଖ ବୁଧବାର ରାତି ୮ଟା ୧୯ ମିନିଟ୍‌ରେ ହାଣ୍ଡିଛାଡ । ପାକ କର୍ମ ଓ ଅନ୍ନ ଭୋଜନ ସହ ଦେବନୀତି ଏହି ସମୟ ପୂର୍ବରୁ ସାରିବାକୁ ହେବ । ଖଡିରତ୍ନ ପଞ୍ଜିକାର ସୂଚନା ଅନୁସାରେ ବୁଧବାର ରାତି ୮ଟା ୧୯ ମିନିଟ୍‌ ପରେ ହାଣ୍ଡି ଛାଡ ଓ ଦେବନୀତି କରିବା ଅନୁଚିତ୍‌ । ପରଦିନ ଅର୍ଥାତ ୨୬।୧୨।୨୦୧ ଗୁରୁବାର ଦିନ ୧୧ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ହାଣ୍ଡିଛାଡ ।

ପୁରୀରେ ୨୬।୧୨।୨୦୧ ଗୁରୁବାର ସକାଳ ୮ଟା୧୯ ମିନିଟ୍‌୨୦ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଗୁରୁବାର ଦିନ ୧୧ଟା ୨୯ ରେ ଗ୍ରହଣ ସମାପ୍ତ । ଏହାପରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ଦେବନୀତି କରଣୀୟ ।

   Related Posts