ଅାସନ୍ତାକାଲି ଦୃଶ୍ୟମାନ ହେବ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ
26/07/2018 at 11:07 AM

ଅାସନ୍ତା କାଲି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ଦୃଶ୍ୟମାନ ହେବ ୨ଟି ବିରଳ ମହାଜାଗତିକ ଦୃଶ୍ୟ ।ରାତି ୧ଟାରୁ ୨ଟା ୪୩ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଗୁରୁ ପୁର୍ଣିମାରେ ଚନ୍ଦ୍ର ଗ୍ରହଣ । ଗୁରୁ ପୂର୍ଣ୍ଣମୀ ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଏହି ନିଦ୍ଧିଷ୍ଟ ଦିନ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଖୁବ୍ ନିକଟକୁ ଆସିବା ସହ ଉଜ୍ଜ୍ୱଳ ଦେଖାଯିବ । ୨୭ ତାରିଖ ରାତି ୧୦ଟା ୪୪ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । ରାତି ୧୧ଟା ୪୫ରୁ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିବ । ଛାଇ ଧୀରେଧୀରେ ଆଗକୁ ବଢ଼ି ରାତି ୧ଟା ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦେ ବ। ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୩ ମିନିଟ୍ ସମୟ ଯାଏଁ ଦେଖାଯିବ। ଛାଇ କ୍ରମଶଃ ଅପସାରିତ ହୋଇ ଭୋର୍ ୩ଟା ୫୦ ମିନିଟ୍ ସମୟରେ ଚନ୍ଦ୍ର ପୂରା ଛାୟାରୁ ବାହାରିଯିବ । ମାତ୍ର ଏହାପରେ ମଧ୍ୟ ଚନ୍ଦ୍ର ଭୋର ୪ଟା ୫୮ ଯାଏଁ ପୃଥିବୀର ଉପଛାୟାରେ ରହିବ ।ଏହି ସମୟରେ ଖାଲି ଆଖିରେ ଗ୍ରହଣ ଦେଖିହେବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ।