ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ବିରଳ ଅବସ୍ଥିତି : ଜୁନ୍ ୫ରୁ ଜୁଲାଇ ୫ ମଧ୍ୟରେ ଦୁଇଟି ଗ୍ରହଣ ଓ ଗୋଟିଏ ପରାଗ

Published By : Prameya-News7 Bureau | May 28, 2020 IST

ଭୁବନେଶ୍ବର ୨୮।୫: ଜୁନ୍ ଏବଂ ଜୁଲାଇ ମାସଗୁଡିକ ଜ୍ୟୋତିଷ ଏବଂ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବ । ୩୦ ଦିନ ସମୟ ବ୍ୟବଧାନରେ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଗୋଟିଏ ସୂର୍ଯ୍ୟ ପରାଗ ହେବ । ଜୁନ୍ ୫ରେ ଚନ୍ଦ୍ରଗ୍ରହଣ ଏବଂ ଜୁନ୍ ୨୧ରେ ସୂର୍ଯ୍ୟପରାଗ ହେବ। ଏହାପରେ ଜୁଲାଇ ୫ ରେ ପୁଣି ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣ ଜୁନ୍ ୫ରେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ହୋଇଥିବାବେଳେ ଜୁନ୍ ୨୧ ରେ ସୂର୍ଯ୍ୟ ପରାଗ ଆଷାଢ ମାସ ଅମାବାସ୍ୟା ଏବଂ ଜୁଲାଇ୫ ରେ ଆଷାଢ ମାସର ପୂର୍ଣ୍ଣିମା ଦିନ ହେବ।

ଜୁନ୍ ୫ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତ ସମେତ ୟୁରୋପ, ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ରାତି ୧୧ଟା ୧୬ମିନିଟରୁ ଆରମ୍ଭ ହେବ । ଯାହା ପରଦିନ ଅର୍ଥାତ୍ ଜୁନ୍ ୬ ତାରିଖ ସକାଳ ୨ଟା ୩୨ମିନିଟ୍ ପର୍ଯ୍ୟନ୍ତ ରହିବ । ରାତି ୧୨ଟା ୪୫ରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୩ ଘଣ୍ଟା୧୫ ମିନିଟ୍ ହେବ । ଏହାପରେ ଜୁଲାଇ୫ ରେ ଚନ୍ଦ୍ରଗ୍ରହଣ ମଧ୍ୟ ହେବ। କିନ୍ତୁ ଏହି ଉଭୟ ଚନ୍ଦ୍ରଗ୍ରହଣର କୌଣସି ରାଶି ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଜୁନ୍ ୫ରେ ଚନ୍ଦ୍ରଗ୍ରହଣ ପରେ ୨୧ ଜୁନ୍ ରେ ସୂର୍ଯ୍ୟପରାଗ ହେବ । ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ। ଭାରତ ବ୍ୟତୀତ ଏହି ସୂର୍ଯ୍ୟପରାଗ ଏସିଆ, ଆଫ୍ରିକା ଏବଂ ୟୁରୋପରେ ଦେଖାଯିବ। ଏହି ସୂର୍ଯ୍ୟପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ଲାଗିବ । ସୂର୍ଯ୍ୟପରାଗ ସକାଳ ୧୦ଟା ୧୪ରୁ ୧ଟା ୩୮ ପର୍ଯ୍ୟନ୍ତ ହେବ। ସୂର୍ଯ୍ୟପରାଗର ଅବଧି ୨୦ ଜୁନ୍ ରାତି ୧୦ଟା ୧୪ ମିନିଟ୍ ରେ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.