ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାକୁ ପଠାଗଲା ପୁଣ୍ୟତୋୟା ସାଳନ୍ଦି ଜଳ ଏବଂ ମା' ଭଦ୍ରକାଳୀଙ୍କ ମନ୍ଦିର ମାଟି

Published By : Prameya-News7 Bureau | July 26, 2020 IST

ଭଦ୍ରକ୨୬/୭:  ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର । ଏଥି ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଧାର୍ମିକ ସ୍ଥଳୀର ମାଟି ଏବଂ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା ପଠାଯାଉଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ମନ୍ଦିରରୁ ମଧ୍ୟ ମାଟି ସଂଗ୍ରହ ହୋଇଛି । ସେହିପରି ପୁଣ୍ୟତୋୟା ସାଳନ୍ଦି ନଦୀର ମାଟି ମଧ୍ୟ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପଠାଯାଇଛି । ଭଦ୍ରକ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ପବିତ୍ର ସାଳନ୍ଦୀ ନଦୀର ଜଳ ଓ ଶକ୍ତିପୀଠ ମା ଭଦ୍ରକାଳୀ ପୀଠରୁ ମାଟି ପ୍ରେରଣା କରା ଯାଇଥିଲା । ଏନେଇ ବଜରଙ୍ଗ ଦଳ ର ପ୍ରାନ୍ତ ସଂଯୋଜକ ମାନସ ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.