ତାଳଚେରରେ ମାଟି ଦବିବା ଘଟଣା ; ବିଭିନ୍ନ ଖଣି ଆଗରେ କାଲିଠୁ ଚାଲିଛି ଆନ୍ଦୋଳନ
7/12/2018 at 10:23 AM

ତାଳଚେର ୦୭|୧୨: ତାଳଚେର ସହରରେ ମାଟି ଦବିବା ଘଟଣା ନେଇ ତାଳଚେରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ବିଭିନ୍ନ ଖଣି ସମ୍ମୁଖରେ ବିକ୍ଷୋଭ କରୁଛନ୍ତି । ଫଳରେ ଖଣି ଖନନ ଓ ପରିବହନ କାର୍ଯ୍ୟ ପ୍ରଭାବିତ ହୋଇଛି । ଲିଙ୍ଗରାଜ ମାଇନ୍ସ, ଡେରା ଭୂତଳଖଣି, ଭୁବନେଶ୍ବରୀ କୋଲ ମାଇନ୍ସ ଆଦି ବନ୍ଦ କରିଛନ୍ତି ବିକ୍ଷୋଭକାରୀ । ଖଣି ଖୋଳି ନିଆଯିବା ପରେ ସେଠାରେ ବାଲି ଭର୍ତ୍ତି କରାଯାଉନଥିବା ଅଭିଯୋଗ ସହ ତାଳଚେର ସହରର ସୁରକ୍ଷା ଦାବି କରି ଗତକାଲିଠୁ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ବିଳମ୍ବିତ ରାତିରେ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ । ତେବେ ଆଜି ବି ଆନ୍ଦୋଳନ ଚାଲିଛି । ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ମାଟି ଦବିବା ଏହି ଘଟଣା ପରେ ଗତକାଲି ଖଣି ଅଞ୍ଚଳ ବୁଲି ଦେଖିଥିଲେ ଏମସିଏଲ କର୍ତ୍ତୃପକ୍ଷ । ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ । ତେବେ ଭୂତଳ ଖଣି ଖନନ କାରଣରୁ ଏହା ହୋଇନାହିଁ ବୋଲି ଏମସିଏଲ କର୍ତ୍ତୃପକ୍ଷ କହିଛନ୍ତି ।