Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଓ୍ୱାର୍ଣ୍ଣର କାହିଁକି ପ୍ଲେଆର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହେଲେ ? ପ୍ରଶ୍ନ ଉଠାଇଲେ ଅଖତାର

15/11/2021 at 1:38 PM

ନୂଆଦିଲ୍ଲୀ, ୧୫|୧୧:   ଟି୨୦ ବିଶ୍ୱକପରେ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜେତା ହୋଇଛି । ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦିଆଯାଇଛି । କିନ୍ତୁ ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏହାସହ ଟିୱଟରରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।  

ସୋଏବ ଫାଇନାଲ ପରେ ଟ୍ୱିଟ୍ କରି କହିଛନ୍ତି ଯେ, ବାବର ଆଜମ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥାନ୍ତେ । ଏହା ଦେଖିବାକୁ ସେ ଉତ୍ସୁକ ଥିଲେ । ଓ୍ୱାର୍ଣ୍ଣରଙ୍କୁ ଏହି ପୁରସ୍କାର ଦେବା ଭୁଲ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ବାବର ଆଜମ ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ସବୁଠାରୁ ଅଧିକ ରନ୍ କରିଥିଲେ । କିନ୍ତୁ ଡେବିଡ୍ ଓ୍ୱାର୍ଣ୍ଣର ମଧ୍ୟ ତାଙ୍କଠୁ ପଛରେ ନଥିଲେ । ରନ୍ କରିବା ମାମଲାରେ ଓ୍ୱାର୍ଣ୍ଣର ଦୁଇ ନମ୍ବରରେ ଥିଲେ । ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିବାରୁ ଏହାର ଫାଇଦା ତାଙ୍କୁ ମିଳିଥିଲା ।

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଓ୍ୱାର୍ଣ୍ଣରଙ୍କ ଫର୍ମ ଖରାପ ଚାଲିଥିଲା । ଆଇପିଏଲରେ ତାଙ୍କୁ ସ୍ଥାନ ମିଳିନଥିଲା । କିନ୍ତୁ ବିଶ୍ୱକପରେ ସେ ଦମଦାର ପାଳି ଖେଳିଥିଲେ । ସେମି ପାଇନାଲ ଓ ଫାଇନାଲରେ ଓ୍ୱାର୍ଣ୍ଣରଙ୍କ ବ୍ୟାଟ୍ ଚାଲିଥିଲା । ଏହାସହ ସେ ଦଳକୁ ବିଜୟୀ କରିବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ସୋଏବ ଫାଇନାଲ ମୁକାବିଲା ଦେଖିବା ପାଇଁ ଦୁବାଇ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ସେ ଏଠାରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କରିଥିଲେ । ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ ସହ ମଧ୍ୟ ସୋଏବ ଫଟୋ ସେୟାର କରିଥିଲେ ।

ବାବର ଆଜମ-୩୦୩ ରନ୍

ଡେବିଡ୍ ଓ୍ୱାର୍ଣ୍ଣର-୨୮୯ ରନ୍

ମହମ୍ମଦ ରିଜଓ୍ୱାନ-୨୮୧ ରନ୍

ଜସ୍ ବଟଲର-୨୬୯ ରନ୍

ସି ଆସଲଙ୍କା-୨୩୧ ରନ୍

   Related Posts