ଆଜି ପଡିବ ସୋହିନୀ ମିଶ୍ରଙ୍କ ହାତଗଣ୍ଠି, ଲକଡାଉନ୍‌ରେ ବାଜିବ ସାହାନାଇ

Published By : Prameya-News7 Bureau | May 09, 2021 IST

ଭୁବନେଶ୍ୱର ୦୯/୦୫ : ପଡିବ ହାତଗଣ୍ଠି । ରବିବାର ବାଜିବ ଓଡ଼ିଶାର ଆଗଧାଡ଼ିର ଲୋକପ୍ରିୟ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କ ସାହାନାଇ । ରବିବାର ଦିନ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମହାମାରୀ କରୋନା କଟକଣା ଭିତରେ ହାତରୁ ଦି’ ହାତ ହେବେ । ସେ ଭୁବନେଶ୍ୱରର ହିମାଂଶୁ ଶେଖର ପତିଙ୍କୁ ବିବାହ କରୁଛନ୍ତି । ପେସାରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ।

ଏନେଇ ଗତ ୬ତାରିଖରେ ସୋହିନୀ ନିଜ ସୋସିଆଲ୍‌ ମିଡିଆର ବିଭିନ୍ନ ଆକାଉଣ୍ଟରେ ଏନ୍‌ଗେଜ୍‌ମେଣ୍ଟର ଫଟୋକୁ ପୋଷ୍ଟ କରି ଏହି ସୂଚନା ଦେଇଥିଲେ । କଟକରେ ରହୁଥିବା ସୋହିନୀ ୨୦୧୨ ମସିହାରେ ପ୍ରଥମେ ‘ଇଣ୍ଡିଆନ୍‌ ଆଇଡଲ୍‌-୬’ରେ ସଫଳତା ହାସଲ କରି ଚର୍ଚ୍ଚାକୁ ଆସିଥିଲେ ।

{"id":450162,"sizeSlug":"large","linkDestination":"none"}

ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ଏଥିସହ ବହୁ ଓଡ଼ିଆ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓ ଓ ଆଲ୍‌ବମ୍‌ରେ ଗୀତ ଗାଇ ଓଡ଼ିଆ ଶ୍ରୋତାଙ୍କ ଭିତରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ସଙ୍ଗୀତ ପରିବାରରେ ଜନ୍ମିତ ସୋହିନୀ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଭଳି ବିଭିନ୍ନ ଭାଷାରେ ଗୀତ ଗାଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.