ଶୋଏବ ଅଖତରଙ୍କ ବେଡରୁମରେ ସୋନାଲୀ ବେନ୍ଦ୍ରେ, ଲିକ୍ ହେଲା ଗୁମର
24/10/2019 at 9:14 AM

ମୁମ୍ବାଇ୨୪|୧୦: କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା ।କ୍ରିକେଟ୍ ୱାଲର୍ଡ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନଙ୍କ କାହାଣୀ ସବୁବେଳେ ଚର୍ଚ୍ଚାରେ ଥାଏ।ଗୋଟେ ସମୟ ଥିଲା ଯେବେ କ୍ରିକେଟର ଶୋଏବ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ଦିୱାନା ଥିଲେ। ତାଙ୍କ ଏକ ତରଫା ପ୍ରେମ କାହାକୁ ଅଛପା ନାହିଁ।

ସୋନାଲୀଙ୍କ ପ୍ରଥମ ଫିଲ୍ମଅଂଗ୍ରେଜୀ ବାବୁ ଦେଶୀ ମ୍ୟାମ୍ ଦେଖି ଶୋଏବ ପାଗଳ ହୋଇଯାଇଥିଲେ। ଶୋଏବ ଦିନ ରାତି କବଳ ସୋନାଲୀଙ୍କ ସ୍ବପ୍ନ ଦେଖୁଥିଲେ ।ଶୋଏବ ଅଖତର ଏକ ଚ୍ୟାଟ୍ ଶୋରେ ନିଜେ କହିଥିଲେ ଯେ, ସେ ସୋନାଲୀଙ୍କ ଫଟୋ ନିଜ ୱାଲେଟରେ ରଖନ୍ତି। ସେ ତାଙ୍କ ବେଡରୁମରେ ମଧ୍ୟ ସୋନାଲୀଙ୍କ ପୋଷ୍ଟର ଲଗାଇଥିଲେ।

ଏପରିକି ଶୋଏବ୍ ଭାବିଥିଲେ ଯେ, ଯଦି ସୋନାଲୀ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିବେ ନାହିଁ ତାହେଲେ ସେ ତାଙ୍କୁ ଅପହରଣ କରିନେବେ । ହେଲେ ସୋନାଲୀଙ୍କୁ ଯେତେବେଳେ ଶୋଏବ୍ଙ୍କ ବିଷୟରେ ପଚାରାଯାଇଥିଲା ସେ କହିଥିଲେ ଯେ, ଶୋଏବ୍ ଅଖତର ନାମକ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଜାଣନ୍ତି ନାହିଁ ।କାରଣ ସେ କ୍ରିକେଟ ଫ୍ୟାନ ନୁହନ୍ତି। ସେ ଶୁଣିଥିଲେ ଯେ, ଶୋଏବ ତାଙ୍କର ବହୁତ ବଡ ଫ୍ୟାନ ଓ ଏଥିପାଇଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।