ମହିଳାଙ୍କ ଚେନ୍ ଝାମ୍ପି ନେଉଥିବା ସଫ୍ଟୱେୟାର ଇଞ୍ଜିନିୟର ଗିରଫ୍: ଯୁବକ ବିରୋଧରେ ରହିଛି ୭୦ ରୁ ଅଧିକ ମାମଲା

Published By : Prameya-News7 Bureau | October 06, 2020 IST

ବେଙ୍ଗାଲୁରୁ ୦୬/୧୦ : ବେଙ୍ଗାଲୁରୁରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟରଙ୍କ ବିରୋଧରେ ମହିଳାଙ୍କ ବେକରୁ ଚେନ୍ ଛଡେଇନେବା ମାମଲା ସାମ୍ନାକୁ ଆସିଛି। ସଫ୍ଟୱେୟାର ଇଞ୍ଜିନିୟର ଜଣକ କର୍ଣ୍ଣାଟକ ଓ ତାମିଲନାଡୁରୁ ୭୦ରୁ ଅଧିକ ଚେନ୍ ଛଡେଇ ନେଇଛନ୍ତି। ଉକ୍ତ ଯୁବକକୁ ପିନୟା ପୋଲିସ ଗିରଫ କରିଛି। ପିନୟା ପୋଲିସ ସଫ୍ଟୱେୟାର ଇଞ୍ଜିନିୟର ଜୟକୁମାର ଠାରୁ ୩.୭ ଲକ୍ଷ ଟଙ୍କାର ସୁନା ଓ ୧୫ଟି ସିମ୍ କାର୍ଡ ଜବତ କରିଛି। ଜୟକୁମାର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରୀ କରୁଥିଲେ।

ପିନୟା ପୋଲିସ ଅଧିକାରୀ ମୂଦ୍ଦ୍ୱରାଜ କହିଛନ୍ତି ଯେ, ଜୟକୁମାର ନିଜ ବାଇକରେ ସହରର ବିଭିନ୍ନ ସ୍ଥାନରେ ବୁଲି ମହିଳାମାନଙ୍କୁ ନିରୀକ୍ଷଣ କରନ୍ତି। ଯେଉଁ ମହିଳାମାନେ ଏକ ଥାଆନ୍ତି ଏବଂ ସୁନା ଗହଣା ପିନ୍ଧିଥାନ୍ତି ଜୟକୁମାର ସେହି ମହିଳାମାନଙ୍କୁ ପିଛା କରନ୍ତି। କିଛି ବାଟ ପିଛା କରିବା ପରେ ଶୂନଶାନ ରାସ୍ତା ଦେଖି ମଉକାର ଫାଇଦା ଉଠାଇ ମହିଳାଙ୍କ ଠାରୁ ସୁନା ଗହଣା ଝାମ୍ପି ନିଅନ୍ତି।

ଜୟକୁମାର ବିରୋଧରେ ଅନେକ ମାମଲା ରହିଛି। ତେବେ ତାକୁ କାବୁ କରିବା ସହଜ ହେଉନଥିଲା। ୨୦୧୯ ଅକ୍ଟୋବର ମାସରେ ବେଙ୍ଗାଲୁରୁ କୋର୍ଟରୁ ଜାମିନ ପାଇବା ପରେ ଜୟକୁମାରକୁ ଧରିବା ସହଜ ନଥିଲା। କିନ୍ତୁ ପିନୟା ପୋଲିସ ଜୟକୁମାରରୁ ଟ୍ରାକ୍ କରି ଧରିବାକୁ ସଫଳ ହୋଇଥିଲା। କମ୍ପେଗୌଡ଼ା ନଗରର ଜଣେ ବାସିନ୍ଦା ଥାନାରେ ମାମଲା ରୁଜ୍ଜୁ କରିବା ପରେ ପିନୟା ପୋଲିସ ତାକୁ ଗିରଫ କରିଥିଲା।

{"id":339732,"sizeSlug":"large"}

ଅଗଷ୍ଟ ୧୩ ତାରିଖରେ ଜୟକୁମାର ଜଣେ ମହିଳାଙ୍କୁ ପିଛା କରିଥିଲା ଯିଏ ୬୦ ଗ୍ରାମ ଓଜନର ସୁନା ଚେନ୍ ପିନ୍ଧିଥିଲେ। ମହିଳା ପିନୟାକୁ ଏକ ସମାରୋହରେ ଯୋଗ ଦେବାକୁ ଯାଉଥିଲେ। ଜୟକୁମାର ବାଇକରେ ଆସି ମଉକା ଦେଖି ମହିଳାଙ୍କ ଚେନ୍ ଛଡେଇନେଇ ପଳାଇ ଯାଇଥିଲେ। ଚେନ୍ ଛଡେଇନେବା ସମୟରେ ମହିଳା ତଳେ ପଡି ଗୁରୁତର ଆହତ ହୋଇଥିଲେ। ଏହାପରେ ମହିଳା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବ ପରେ ପିନୟା ପୋଲିସ ଆଖପାଖ ଅଞ୍ଚଳରେ ସିସିଟିଭି ଫୁଟେଜ୍ ଖୋଜିଥିଲା। ଗୋଟିଏ କ୍ୟାମେରାରେ ପୋଲିସ ଜୟକୁମାରକୁ ଚିହ୍ନିବରେ ସକ୍ଷମ ହୋଇଥିଲା। ଗତ ମାସେ ପୂର୍ବରୁ ପୋଲିସ ଜୟକୁମାରକୁ ଟ୍ରାସ୍ କରିବାକୁ ଚେଷ୍ଟା ଶେଷରେ ସଫଳ ହୋଇଥିଲା। ପୋଲିସ ଟିମ ଜୟକୁମାରକୁ ତା ଘର ତାମିଲନାଡୁ କୃଷ୍ନାଗିରିରୁ ଗିରଫ କରିଛି।

ପୋଲିସ ଅଧିକାରୀ ମୂଦ୍ଦ୍ୱରାଜଙ୍କ କହିବାନୁଯାୟୀ, ଜୟକୁମାର ଇଞ୍ଜିନିୟରିଂ ପରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଟିମ୍ ମ୍ୟାନେଜର୍ ଭାବେ ଚାକିରୀ କରୁଥିଲା। ସେ ମଦ୍ୟପ ଥିଲା ଏବଂ ଜୁଆ ମଧ୍ୟ ଖେଳୁଥିଲା। ପରେ ସେ ଚାକିରୀ ଛାଡି ଏକ ଗ୍ୟାଙ୍ଗରେ ସାମିଲ ହୋଇଥିଲା ଯେଉଁମାନେ ତାକୁ ଚେନ୍ ଛଡ଼ାଇବା ଟ୍ରେନିଂ ଦେଇଥିଲେ। ପରେ ସେ ଏହି ଗ୍ୟାଙ୍ଗ୍ ଛାଡି ନିଜେ ଚେନ୍ ଝାମ୍ପିବା, ଲୁଟିବା ଆଦି ଅପରାଧରେ ଲିପ୍ତ ହୋଇଥିଲା। ବେଙ୍ଗାଲୁରୁ ପୋଲିସ ଚେନ୍ ଛଡ଼ାଇବା ମାମଲାରେ ଏକ ଟିମ ଗଠନ କରି ତଦନ୍ତ କରୁଥିଲା। କାରଣ ୨୦୧୯ ମସିହାରୁ ସହରରେ ଚେନ ଛଡେଇନେବା ମାମଲା ବଢି ଚାଲିଥିଲା। ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଆଧାରରେ କିଛି ଲୁଟେରାଙ୍କୁ ଗିରଫ ମଧ୍ୟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.