ପର୍ଣ୍ଣ ରାକେଟ୍‌ର ଖୁଲାସା: ଓଟିଟି ଜରିଆରେ ପଇସା ନେଇ ଆଡଲ୍ଟ ଫିଲ୍ମ କରୁଥିଲେ ସଫ୍ଟଓୟାର ଇଞ୍ଜିନିୟର, ରହିଛି ପାକିସ୍ତାନ ଲିଙ୍କ୍

Published By : Prameya-News7 Bureau | August 25, 2020 IST

ଭୋପାଳ ୨୫।୦୮: ମଧ୍ୟ ପ୍ରଦେଶ ପୋଲିସ ମଙ୍ଗଳବାର ଏକ ସଫ୍ଟଓୟାର ଇଞ୍ଜିନିୟରି ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଲୋକ ପର୍ଣ୍ଣ ଭିଡିଓ କାରବାର ପାଇଁ ଓଭର ଦ ଟପ(ଓଟିଟି) ମିଡିଆ ସର୍ଭିସ୍ ଲଞ୍ଚ କରିଥିଲେ। ଏହି ଗ୍ୟାଙ୍ଗରେ ପାକିସ୍ତାନ ବ୍ୟକ୍ତି ମଧ୍ୟ ସାମିଲ। ଗତ ଦିନରେ ଇନ୍ଦୋରର ଜଣେ ମୋଡେଲଙ୍କ ଅଭିଯୋଗ କ୍ରମେ ସାଇବର ସେଲ୍ ପୋଲିସ ଛାନବିନ୍ ଆରମ୍ଭ  କରିବାରୁ ଏକ ବଡ ରାକେଟ୍‌ର ଖୁଲାସା ହୋଇଛି। ଯେଉଁମାନେ ଆଡଲ୍ଟ  କାରବାରରେ ସାମିଲ ଥିଲେ ପୋଲିସ ସେମାନଙ୍କୁ ଗିରଫ କରିଛି।

ଇନ୍ଦୋର ପୋଲିସ ସାଇବର ସେଲ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୀପକ ସୈନି(୩୦), ତା ସାଥୀ କେଶବ ସିଂହ(୨୭) ସାମିଲ। ଦୀପକ ଜଣେ ସଫ୍ଟଓୟାର ଇଞ୍ଜିନିୟର। ଅନ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଅଗଷ୍ଟ ୧୦ରେ ଗିରଫ କରିଥିବା ବେଳେ ୭  ଫେରାର ଅଛନ୍ତି। ସଭିଙ୍କ ବିରୋଧରେ ଆଇଟି ଆକ୍ଟ ୨୦୦୦ର ଧାରା ୬୬ ଓ ୬୭ ଆଧାରରେ କେସ୍ ରୁଜୁ କରାଯାଇଛି। ମିଡିଆ ସର୍ଭିସର କାମ ହୁସୈନ ଅଲି କରୁଥିଲା ଯିଏ ପାକିସ୍ତାନର ବାସିନ୍ଦା। ତା  ବିରୋଧରେ ଏ ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ପୋଲିସ କହିଛି।

ଇନ୍ଦୋର ସାଇବର ସେଲ୍‌ର ଏସପି  ଜିତେନ୍ଦ୍ର ସିଂହ କହିଛନ୍ତି ସୈନି ଓ ସିଂହ ଗୋଟିଏ ଅଶ୍ଲୀଳ ଫିଲ୍ମ ପାଇଁ ଡିଷ୍ଟ୍ରିବ୍ୟୁଟରଙ୍କୁ ୫ ଲକ୍ଷ ଟଙ୍କା ଦେଉଥିଲେ ଏବଂ ସବସ୍କ୍ରିପସନ ଚାର୍ଜ ଜରିଆରେ ଅର୍ଥ ଆୟ କରୁଥିଲେ। କଣ୍ଟେଟ୍‌ରେ ଅଶ୍ଳୀଳତାର ସ୍ତର ଅନୁଯାୟୀ ଅଲଗା ଅଲଗା ଚାର୍ଜ ନେଉଥିଲେ। ବେସିକ ସବସ୍କ୍ରିପସନ ଚାର୍ଜ ମାସିକ ୨୪୯ ଟଙ୍କା ଥିଲା। କେବଳ ଗୋଟିଏ ବର୍ଷରେ ଅଭିଯୁକ୍ତମାନେ ନିଜର ପ୍ଲାଟଫର୍ମରେ ୮୪ ଫିଲ୍ମ ରିଲିଜ୍ କରିଥିଲେ।

ଏସପି କହିଛନ୍ତି ଏହି ମାମଲା ତେବେ ସାମ୍ନାକୁ ଆସିଲା ଯେବେ ଇନ୍ଦୋରର ଜଣେ ମୋଡେଲ ଜୁଲାଇ ୨୫ରେ ଇନ୍ଦୋର ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। ସେ  କହିଥିଲେ ତିନି ଜଣ ଯୁବତୀ ଏକ ପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମରେ ଓ୍ଵେବସିରିଜରେ ଅଭିନୟ ପାଇଁ ସାଇନ୍ କରିଥିଲେ। ଅଭିଯୁକ୍ତ ଏକ ଫାର୍ମ ହାଉସ୍‌ରେ ମୋଡେଲଙ୍କ ଉତ୍ତେଜକ ଦୃଶ୍ୟ ସୁଟ୍ କରି ପରେ ଅଲଗା ଅଲଗା ପର୍ଣ୍ଣ ସାଇଟ୍‌ରେ ଅପଲୋଡ୍ କରିଥିଲେ। ମୋଡେଲିଂ ଏଜେନ୍ସିଂ ଚଳାଉଥିବା ମିଲିନ୍ଦ ବିରୋଧରେ ଆଉ କିଛି ମହିଳା ଅଭିଯୋଗ କରିଥିଲେ। ନିଜକୁ ଫିଲ୍ମ ନିର୍ଦ୍ଦେଶକ କହୁଥିବା ବ୍ରିଜେନ୍ଦ୍ର ଗୁର୍ଜର, କ୍ୟାମେରାମ୍ୟାନ ଅଙ୍କିତ ଛାଓ୍ଵଡା ଓ ଅନ୍ୟ ପାଞ୍ଚ ଜଣଙ୍କୁ ପୋଲିସ ଅଗଷ୍ଟ ୧୦ରେ ଗିରଫ କରିଥିଲା।

ସାଇବର ସେଲ୍ ଏସପି କହିଛନ୍ତି ଅଭିଯୁକ୍ତ ମୋଡେଲଙ୍କୁ ପ୍ରସିଦ୍ଧ ଓ୍ଵେବସିରିଜ୍‌ରେ ରୋଲ୍ ଦେବାର ଲୋଭ ଦେଖାଉଥିଲେ ଏବଂ ଅଶ୍ଳୀଳ ଫିଲ୍ମ ସୁଟ୍ କରାଉଥିଲେ। ଏହା ପରେ ଓ୍ଵେବ୍ ଫିଲ୍ମକୁ ମୁମ୍ବାଇରେ ରହୁଥିବା ଅଶୋକ ସିଂହ ଓ ବିଜୟାନନ୍ଦ ପାଣ୍ଡେଙ୍କୁ ବିକୁଥିଲେ। ସେ ଏହି ଆଡଲ୍ଟ ଫିଲ୍ମର ବିତରକ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.