Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସଫ୍ଟୱେୟାର ଇଂଜିନିୟରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା, ସେପଟେ ଭାଇ ବିଜେପିର ବିଧାୟକ ପ୍ରାର୍ଥୀ

30/03/2019 at 3:29 PM

ଜୟପୁର ୩୦|୩ (ପଦ୍ମନାଭ ହୋତା) : ଦିନକୁ ଦିନ ରାଜନୀତିରେ ଅପରାଧୀ କରଣ ବଢିବାରେ ଲାଗିଛି । ନିର୍ବାଚିତ ପ୍ରତିନିଧି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ମାତିଛନ୍ତି । ଆଉ ଏହା ପଛର କାରଣ ହେଉଛି ଭଲ ଓ ଶିକ୍ଷିତ ଲୋକ ରାଜନୀତିକୁ ଆସିବାକୁ ପଛଘୁଂଚା ଦେଉଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ଆଦିବାସୀ ବହୁଳ ରାୟଗଡା ଅଂଚଳର ଆଦିବାସୀ ଯୁବକ ସପ୍ତଗିରି ଉଲ୍ଲାକା।

ସପ୍ତଗିରି ଏବେ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକେଟ୍ ରେ  ପ୍ରାର୍ଥୀ ହୋଇଛନ୍ତି । ସପ୍ତଗିରି ଜମେ ଉଚ୍ଚ ଶିକ୍ଷିତ। ସେ ପେଶାରେ ଜଣେ ସଫ୍ଟୱେୟାର ଇଂଜିନିୟର । ଆମେରିକା ଓ ଜର୍ମାନୀରେ ସେ କାମ କରି ସାରିଛନ୍ତି । ହେଲେ ଏବେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରି ସମାଜରେ ଲୋକଙ୍କ ପାଇଁ କିଛି କାମ କରିବାକୁ ଇନଫୋସିସ ପରି କମ୍ପାନୀରୁ ଇସ୍ତଫା ଦେଇଛନ୍ତି ।

ଗତ ୨୦୧୪ ନିର୍ବାଚନ ସମୟରେ ସେ ଟିକେଟ୍ ଆଶାରେ ଇସ୍ତଫା ଦେଇଥିଲେ । କିନ୍ତୁ ସେହି ସମୟରେ ତାଙ୍କୁ କଂଗ୍ରେସ ଦଳରୁ ଟିକେଟ୍ ନମିଳିବାରୁ ନିର୍ବାଚନ ଲଢି ପାରିନଥିଲେ ସପ୍ତଗିରି । ଦଳରେ ରହି ସେ କାମ କରିଥିଲେ । ଆଉ ଏବେ ଟିକେଟ୍ ମିଳିବା ପରେ ସେ କୋରାପୁଟ ଲୋକସଭା ଆସନ ପାଇଁ ପ୍ରଚାର କାମ ଆରମ୍ଭ କରିଛନ୍ତି ।

ସପ୍ତଗିରି ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ସପ୍ତଗିରି କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷମକଟକ ଆସନରେ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ତାଙ୍କ ଭାଇ ଶିବ ଶଙ୍କର ଉଲ୍ଲାକା ।

   Related Posts