Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

Aus Openର ନୂଆ ରାଣୀ ସୋଫିଆ କେନିନ୍ , ମୁଗୁରୁଜାଙ୍କୁ ପରାସ୍ତ କରି ଜିତିଲେ ସିଙ୍ଗିଲ୍ସ ଟାଇଟଲ୍

1/02/2020 at 5:31 PM

ସିଡନୀ ୦୧।୦୨: ନୂତନ ଖେଳାଳି ଭାବେ ଚଳିତ ବର୍ଷ ପାଇଁ ଅଷ୍ଟ୍ରେଲିଆନ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ ବିଜୟୀ ହୋଇଛନ୍ତି । ଆମେରିକାର ୨୧ବର୍ଷୀୟ ସୋଫିଆ କେନିନି ନିଜ କ୍ୟାରିୟର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟଲ ବିଜୟୀ ହୋଇଛନ୍ତି । ଶନିବାର କେନିନ୍‌ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲରେ  ସ୍ପେନର ଗାର୍ବାଇନ ମୁଗୁରୁଜା ପରାସ୍ତ କରିଛନ୍ତି । କେନିନ୍ ବିଶ୍ବ ରାଙ୍କିଙ୍ଗରେ ୧୫ତମ ସ୍ଥାନରେ ରହିବା ସହ ସେ ନିଜ କ୍ୟାରିୟରର ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିଲେ ।

ସେହିପରି ୨ଟି ଗ୍ରାଣ୍ଡ ସ୍ଲାମ୍‌ ବିଜୟୀ ଓ ବିଶ୍ବ ରାଙ୍କିଙ୍ଗରେ ୩୨ତମ ସ୍ଥାନ ରଖିଥିବା ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ରେ ପରାସ୍ତ କରିଛନ୍ତି କେନିନ୍ । ମ୍ୟାଚ୍‌ରେ ଗୋଟିଏ ସେଟ୍‌ରେ ପରାଜୟ ପରେ କେନିନ୍ ଆଗାମୀ ୨ଟି ସେଟ୍‌ରେ ଜୋରଦାର ପ୍ରଦର୍ଶନ କରି ଟାଇଟଲ ବିଜୟୀ ହୋଇଛନ୍ତି ।  

କେନିନ୍‌ ନିଜର ତୃତୀୟ ପ୍ରୟାସରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ବିଜୟୀ ହୋଇଛନ୍ତି । ୨୦୧୮ରେ ସେ ପ୍ରଥମ ଥର ଓ ୨୦୧୯ରେ ଦ୍ବିତୀୟ ଥର ପାଇଁ ପରାସ୍ତ ହୋଇ ଟାଇଟଲ ଦୌଡରୁ ବାହାର ହୋଇଥିଲେ । କେନିନ୍‌ ଗତ ୧୨ବର୍ଷ ମଧ୍ୟରେ ସବୁଠାରୁ କମ୍‌ ବୟସ୍କା ଖେଳାଳି , ଯିଏ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡ ସ୍ଲାମ୍‌ ଚାମ୍ପଆନ୍ ହୋଇଛନ୍ତି । ରୁଷ୍‌ର ଖେଳାଳି ମାରିଆ ସାରାପୋଭା ୨୦୦୮ରେ ୨୦ ବର୍ଷ ବୟସରେ ଏହି ଟାଇଟଲ ଜିତିଥିଲା ।

କେନିନ୍‌ଙ୍କୁ ବର୍ତ୍ତମାନ ୨୧ ବର୍ଷ ୮୦ ଦିନ ହୋଇଛି । କେନିନ୍ ସେମିଫାଇନାଲରେ ବିଶ୍ବର ଏକ ନମ୍ବର ଖେଳାଳି ଏସଲେ ବାର୍ଟିଙ୍କ ପରାସ୍ତ କରିଥିଲା । ମୁଗୁରୁଜା ପୂର୍ବରୁ ୨୦୧୬ରେ ପ୍ରେଞ୍ଚ ଓପନ ଓ ୨୦୧୭ରେ ଓ୍ବିମ୍ବଲଡମ ଟାଇଟଲ ବିଜୟୀ ହୋଇଛନ୍ତି । ୨୦୧୫ରେ ଓ୍ବିମ୍ବିଲଡନ ଫାଇନରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ବିଜୟୀ ହୋଇପାରିନଥିଲେ ।

   Related Posts