Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜଧାନୀ ନିକଟସ୍ଥ ଯାଁଳାରେ ଖୋଲିଲା ସୋଫା ୱାର୍ଲ୍ଡ, ସବୁପ୍ରକାର ସୋଫା ପାଇଁ ୱାନ୍‌ଷ୍ଟପ୍‌ ସୋ ରୁମ୍‌

1/11/2021 at 10:57 PM

ଭୁବନେଶ୍ୱର, ୧/୧୧: ରାଜଧାନୀରେ ଖୋଲିଲା ସୋଫା ୱାର୍ଲ୍ଡ । ଭଳିକି ଭଳି ସୋଫାସେଟ ସହ ଅତ୍ୟାଧୁନିକ ଡିଜାଇନରେ ପ୍ରସ୍ତୁତ ବେଡ଼, ଡାଇନିଂ ଟେବୁଲ ଓ ଅନ୍ୟାନ୍ୟ ଗୃହସଜା ସାମଗ୍ରୀର ସମ୍ଭାର ନେଇ, ପ୍ରଥମ ଥର ରାଜଧାନୀରେ ଖୋଲିଲା କର୍ଲୋଂନ କମ୍ପାନୀର ଏହି ବୃହତ ସୋରୁମ । ଯାଆଁଳା ଛକ ନିକଟସ୍ଥ ଏନ ଏଚ ୧୬ ନିକଟରେ  ଆରମ୍ଭ ହୋଇଛି ଏହି ସୋଫା ୱାର୍ଲଡ ।

ବିଭିନ୍ନ ଡିଜାଇନ୍ ଓ ରେଞ୍ଜର ସୋଫା ପାଇଁ ଏହା ଏକ ୱାନ୍‌ଷ୍ଟପ୍‌ ସୋ’ରୁମ୍ । ଗ୍ରାହକମାନେ ଏଠାରେ ନିଜ ରୁଚି ଓ ପକେଟ୍‌କୁ ଚାହିଁ ଡିଜାଇନ୍‌ର ପର୍ଣ୍ଣିଚର ଚୟନ କରିପାରିବେ । ୨ ହଜାର ବର୍ଗଫୁଟ ବିଶିଷ୍ଟ ଦ୍ୱିତୀୟ ଓ ତୃତୀୟ ମହଲାରେ ଏହି ସୋ ରୁମ୍‌ ଖୋଲିଛି ।

ସୋମବାର ସୋଫା ୱାର୍ଲ୍ଡକୁ ଏହାର ଜୋନାଲ ରିଟେଲ ମ୍ୟାନେଜର ରାହୁଲ ପାଲ୍ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରରେ ଅନେକ ଫର୍ଣ୍ଣିଚର ସୋ’ରୁମ୍ ରହିଛି । କିନ୍ତୁ ନିର୍ଦ୍ଦିଷ୍ଟ ସୋଫା ଉପରେ ଅଧିକ ଡିଜାଇନ ରଖି ଆମେ ବ୍ୟବସାୟ ଆରମ୍ଭ କରିଛୁ । ଗ୍ରାହକମାନେ ଏଠାରେ ବ୍ୟାପକ ଶ୍ରେଣୀର ଉତ୍ପାଦରୁ ନିଜ ମନ ଲାଖି ଜିନିଷ ବାଛି ପାରିବେ ।

   Related Posts