ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡଶ ଉପଚାର ପୂଜା

Published By : Prameya-News7 Bureau | October 01, 2021 IST

ଯାଜପୁର ୧।୧୦: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ବ୍ରହ୍ମାକୁଣ୍ଡରେ ଘଟ ପୂଜା ପରେ ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥିଲା ।  ତେବେ ଦ୍ବିତୀୟା ଦିନଠୁ ଏହି ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ମା’ଙ୍କ ଅଷ୍ଟମୀ ପୂଜା ପର୍ଯ୍ୟନ୍ତ ଚାଲିଥାଏ ।

{"id":520331,"width":754,"height":415,"sizeSlug":"full","linkDestination":"none"}

ପ୍ରତିବର୍ଷ ୧୬ଦିନ ଧରି ପୂଜା ପାଉଥିବା ବେଳେ ଚଳିତ ବର୍ଷ ମା’ଙ୍କର ଏହି ଷୋଡଶ ପୂଜା ୧୫ ଦିନ ଧରି ହେବ । ମା’ ବିରଜା ମହିଷାସୁରକୁ ବଦ୍ଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ । ତେବେ ଆସନ୍ତା ୫ ତାରିଖରେ ମା’ଙ୍କ ନବରାତ୍ର ପୂଜା ପାଇବେ ମା’ । ତେବେ ସମସ୍ତ ଶକ୍ତି ପୀଠରେ ମା’ ପୂଜା ପାଉଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ  ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.