ଆଜି ମା ଚର୍ଚିକାଙ୍କ ପୀଠରେ ଷୋଡଶ ପୂଜା; ଚଳଚଂଚଳ ପୀଠ
2/10/2018 at 12:36 PM

ବାଙ୍କୀ ୨/୧୦ : ଅଷ୍ଟଦେବୀଙ୍କ ପୀଠ ମଧ୍ୟରୁ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠ ହେଉଛି ଅନ୍ୟତମ । ଏନେଇ ମାଙ୍କ ପୀଠ ଆଜି ହୋଇଉଠିଛି ଚଳଚଂଚଳ । ଆଜି ସ୍ବତନ୍ତ୍ର ପୂଜା ରିତିନୀତି ସହ ବଡ ଧୂମଧାମରେ ପାଳିତ ହେଉଛି ମାଙ୍କପୀଠରେ ଷୋଡଶ ପୂଜା । ଆଜିଠାରୁ ୧୫ ଦିନ ଯାଏ ମା ବିଭିନ୍ନ ବେଶରେ ଦର୍ଶନ ଦବେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ । ଏହିଦିନ ମାନସିକଧାରୀ ମାନେ ନିଜନିଜର ବ୍ରତ ରଖି ମାଙ୍କ ପୀଠରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ବିଶ୍ୱାସ ରହିଛି । ଆଜି ମା ସୁନାରୁପା ଅଳଙ୍କାରରେ ସୁସଜ୍ଜିତ ହୋଇ ଦର୍ଶନ ଦବେ ଶ୍ରଦ୍ଧାଳୁ ତଥା ଭକ୍ତଙ୍କୁ । ଏହିଦିନ ହେଉଛି ମାଁଙ୍କର ବଡ ପର୍ବ । ଏହି ଦିନ ମାଁଙ୍କୁ ଦର୍ଶନ କଲେ ପରିବାର ତଥା ନିଜର ମଙ୍ଗଳ ହୋଇଥାଏ । ଯାହାକି ଆଜି ବିଭିନ୍ନ ଦୂର ଦୁରନ୍ତରୁ ଶ୍ରଦ୍ଧାଳୁ ଅସି ଭିଡ ଜମାଇଥିବା ଦେଖିବାକୁ ମିଳିଛି ।