ଚଳନ୍ତା ସୋଡା ଭ୍ୟାନ୍‌ରେ ଲାଗିଲା ନିଆଁ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

Published By : Prameya-News7 Bureau | June 09, 2019 IST

ନୟାଗଡ ୯|୬:  ଚଳନ୍ତା ଭ୍ୟାନ୍ ରେ ଲାଗିଲା ନିଆଁ । ନୟାଗଡ ଜିଲ୍ଲା ଓଡଗାଁ ଥାନା ସମ୍ମୁଖରେ ଜଳିଗଲା ଗ୍ୟାସ୍ ସୋଡା ବିକ୍ରି କରୁଥିବା ଭ୍ୟାନ୍ । ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଥାନା ସମ୍ମୁକରେ ଗାଡିଟି ଯାଉଥିବା ସମୟରେ ଏଥିରୁ ନିଆଁ ବାହାରୁଥିବା ଦେଖି ଲୋକମାନେ ପାଟି କରିବାରୁ ଡ୍ରାଇଭର ଗାଡି ଅଟକାଇ ଫେରାର ହୋଇଯାଇଥିଲେ । ଗାଡିଟି ସେଠାରେ ହୁତହୁତ ହୋଇ ଜଳିଉଠିଥିଲା । ପରେ ଦମକଳବାହିନୀ ସେଠାରେ ପହଞ୍ଚ୍ ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.