ସୋଆ କୃଷିବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “କ୍ରିୟାଟିଭୋ’ କ୍ଲବ୍ ଆରମ୍ଭ

Published By : Prameya-News7 Bureau | February 01, 2019 IST

ଭୁବନେଶ୍ୱର ୧/୨ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ଏ ଗ୍ରିକଲ୍ଚରାଲ୍ ସାଇନ୍ସେସ୍ର କଲେଜ କ୍ୟାମ୍ପସରେ “କ୍ରିୟାଟିଭୋ” ନାମକ ଏକ ସାମାଜିକ ଓ ସାଂସ୍କୃତିକ କ୍ଲବର ଶୁଭାରମ୍ଭ ହୋଇଛି । ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସଙ୍କ ଦ୍ୱାରା ଏହି କ୍ଲବ୍ଟି ଉଦ୍ଘାଟିତ ହୋଇଥିବା ବେଳେ ନୃତ୍ୟ, ଡ୍ରାମା, ସଂଗୀତ, କୁଶଳୀକଳା, ସାହିତ୍ୟ, ବକ୍ତୃତା, ଚିତ୍ରଉତୋଳନ ଭଳି ଦକ୍ଷତା ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି କ୍ଲବ ବେଶ ସୁଯୋଗ ଦେବ ବୋଲି ମତ ପ୍ରକାଶ ପାଇଛି ।


ସେହିପରି “ଆଶା” ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । “ଆଶା” କାର୍ଯ୍ୟକ୍ରମ ମାଧ୍ୟମରେ କୃଷିବିଜ୍ଞାନର ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ନିକଟବର୍ତୀ ଗ୍ରାମକୁ ଯାଇ କୃଷକମାନଙ୍କୁ କୃଷି କ୍ଷେତ୍ରରେ ସାହାଯ୍ୟ କରିପାରିବେ ବୋଲି ଆଇଏଏସ୍ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି ।


ଏହି ଅବସରରେ ସୋଆର ସାମାଜିକ କାର୍ଯ୍ୟକ୍ରମ “ଜାଗୋ” ମଧ୍ୟ ଆଇଏଏସ୍ କ୍ୟାମ୍ପସ୍ରେ ଆରମ୍ଭ ହୋଇଛି । ଜାଗୋ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିକଟବର୍ତୀ ବସ୍ତି ଅଂଚଳର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାରେ ସାହାଯ୍ୟ କରିପାରିବେ । ଏହି କାର୍ଯ୍ୟକ୍ରମ ଅବସରରେ ୫୦ ଜଣ ବସ୍ତିର କୁନିକୁନି ପିଲାମାନଙ୍କୁ ପାଠ୍ୟକ୍ରମ ସମ୍ବନ୍ଧୀୟ କିଟ୍ ପ୍ରଦାନ କରାଯାଇଥିଲା ।


ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ, ଆଇଏଏସ୍ ଡିନ୍ (ପିଜି ଷ୍ଟଡିଜ୍) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ଛାତ୍ରମଙ୍ଗଳ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ଜାଗୋର ସଂଯୋଜକ ଡ. ଅନୀତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.