ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି : ସାମୂହିକ ପରିବର୍ତ୍ତନ ନହେଲେ ଆଗାମୀ ୨ ଦଶନ୍ଧି ମଧ୍ୟରେ ଧ୍ବସ୍ତବିଧ୍ବସ୍ତ ହେବ ମନୁଷ୍ୟ ସମାଜ

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୦୭ : ଆସନ୍ତା ୨ ଦଶନ୍ଧି ମଧ୍ୟରେ ମଣିଷ ସମାଜର ରୂପରେଖ ବଦଳିଯିବ ! ୧୯୭୨ ମସିହାର ଏକ ଅନୁସନ୍ଧାନ ଅନୁଯାୟୀ ବିଶ୍ବରେ ଏକ ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକ । ତାହା ନହେଲେ ପରବର୍ତ୍ତୀ ୨ ଦଶନ୍ଧି ମଧ୍ୟରେ ହିଁ ମାନବ ସମାଜ ତଥା ବିଶ୍ୱସ୍ତରୀୟ ଲକ୍ଷ୍ୟଗୁଡ଼ିକରେ ପ୍ରମୁଖ ପରିବର୍ତ୍ତନ ତଥା ସାମୂହିକ ପରିବର୍ତ୍ତନ ନହେଲେ ମାନବ ସମାଜର ରୂପରେଖ ବଦଳିଯିବ । ଧ୍ବଂସାଭିମୂଖୀ ହେବ ମନୁଷ୍ୟ ସମାଜ । ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (MIT)ର ଏକ ରିପୋର୍ଟ ଅନୁଯାୟୀ ଶିଳ୍ପ ସଭ୍ୟତା ମଧ୍ୟ ଭୁଶୁଡ଼ିବାକୁ ଆରମ୍ଭ କରିବ । ଏମ୍‌ଆଇଟିର ଜଣେ ନିର୍ଦେଶକ ଏ ନେଇ ତଥ୍ୟ ସାମ୍ନାକୁ ଆଣିଛନ୍ତି ।

Vic.com ର ଏକ ରିପୋର୍ଟ ଅନୁଯାୟୀ, MITର ବିଶେଷଜ୍ଞମାନେ ୧୯୭୨ ମସିହାରେ ପ୍ରଥମେ ସଭ୍ୟତା ପତନର ଭୟାବହତା ବାବଦରେ ଜାଣିବାକୁ ଚେଷ୍ଟା କରିଥିଲେ । ବିଭିନ୍ନ ଦିଗକୁ ନେଇ ସେମାନେ ଆରମ୍ଭ କରିଥିଲେ ରିସର୍ଚ୍ଚ । ପ୍ଲାନେଟୋରୀ ରିସୋର୍ସର ଅତ୍ୟଧିକ ଶୋଷଣ ହେତୁ, ଏକବିଂଶ ଶତାବ୍ଦୀରେ ଶିଳ୍ପ ସମାଜ ଧ୍ୱଂସ ହେବାକୁ ଯାଉଛି ବୋଲି ସେମାନେ ଅନୁମାନ କରିଥିଲେ ।

"The Limits to Expansion"  ନାମକ ଏକ ପୁସ୍ତକରେ ଏ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ ପାଇଛି । ଏଥିରେ ଲେଖାଅଛି ଯେ, ଯଦି ବ୍ୟବସାୟିକ କାରବାର ଏବଂ ସରକାର କ୍ରମାଗତ ଭାବେ ଯେକୌଣସି ଉପାୟରେ ଅର୍ଥନୈତିକ ଅଭିବୃଦ୍ଧି ଜାରି ରଖିବା ପାଇଁ ଚେଷ୍ଟା କରନ୍ତି ତେବେ ଶିଳ୍ପ ସଭ୍ୟତା ଧ୍ବଂସ ହେବା ପ୍ରାୟ ନିଶ୍ଚିତ ।  

ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ଏହାକୁ ରକ୍ଷା କରିବା ଦିଗରେ ଅନୁସନ୍ଧାନକାରୀମାନେ ୧୨ ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଅଧିକାଂଶ ଆଶା କରିଥିଲେ ଯେ ପ୍ରାକୃତିକ ସମ୍ପଦ ଅଭାବ ହୋଇଯିବ ଏବଂ ଏହା ହେଲେ ପରବର୍ତ୍ତୀ ଅର୍ଥନୈତିକ ବିସ୍ତାର ଅସମ୍ଭବ ହୋଇଯିବ । MIT ପକ୍ଷରୁ ଜାରି ଏହି ମନ୍ତବ୍ୟ ପରେ ପ୍ରବଳ ବିବାଦ ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ପଣ୍ଡିତମାନେ ଏହାର ଅନୁସନ୍ଧାନ ଏବଂ ପଦ୍ଧତିକୁ ବିକୃତ କରି ଏହାକୁ ପରିହାସ କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଚିନ୍ତା କରିବାର ସମୟ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.