Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲିଫ୍ଟ ଭିତରେ ୫୦ ମିନିଟ୍‌ ଧରି ଫସିରହିଲା ଶିଶୁ, ସାହସିକତାର ସହ କରିଲା ଏମିତି କାମ, ବଞ୍ଚିଗଲା ଜୀବନ

2/11/2021 at 4:36 PM

ଗାଜିଆବାଦ ୦୨/୧୧ : ଗାଜିଆବାଦର ପୋଶ ଅଞ୍ଚଳର ଏକ ସୋସାଇଟିରେ ଅଭାବନୀୟ ଘଟଣା ଘଟିଛି । ୧୦ ବର୍ଷର ନାବାଳକ ଲିଫ୍ଟ ମଧ୍ୟରେ ଫସି ଯିବା ଏବଂ ପ୍ରାୟ ୫୦ ମିନିଟ ପରେ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନାବାଳକ ଜଣକ ବିଲ୍ଡିଂର ୧୨ତମ ମହଲାରେ ଏକ ଲିଫ୍ଟ ମଧ୍ୟରେ ଫଶିଯାଇଥିଲା । ଲିଫ୍ଟ ମଧ୍ୟରେ ଫସିଥିବା ବେଳେ ଅଣନିଶ୍ବାସୀ ହୋଇଯିବାରୁ ନାବାଳକଟି ବୁଦ୍ଧି ଖଟାଇ ପିନ୍ଧିଥିବା ଡ୍ରେସକୁ ଓହ୍ଲାଇଦେଇଥିଲା । ଏହି ପୁରା ଘଟଣା ଲିପ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ପ୍ରାୟ ୫୦ ମିନିଟ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ବାରମ୍ବାର ଲିଫ୍ଟଟି ଖରାପ ହେଉଥିଲେ ସୁଦ୍ଧା ଏଥିପ୍ରତି ଉକ୍ତ ସୋସାଇଟିର କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିଲେ । ଯାହା ଫଳରେ ଏତେବଡ ଘଟଣା ଘଟିଳା । ଶିଶୁଟି ତାର ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ୧୨ତମ ମହଲାକୁ ଯାଉଥିଲା । ଏତିକି ବେଳେ ଅଚାନକ ୧୧ ଏବଂ ୧୨ତମ ମହଲା ମଝିରେ ଲିଫ୍ଟଟି ଖରାପ ହୋଇଯାଇଥିଲା । ନାବାଳକଟି ଏମରଜିନ୍ସି ଆର୍ଲାମ ଏବଂ ଇଣ୍ଟରକମ ବଟନ୍‌ ଦବାଇଥିଲେ ମଧ୍ୟ ତାହା ବି କାମ କରିନଥିଲା ।

ଏହା ପରେ ଶିଶୁଟି ଲିଫ୍ଟର ଡୋରକୁ ଭିତର ପଟୁ ଜୋରରେ ପିଟିଥିଲେ । ସେଠାରେ ଯାଉଥିବା କିଛି ଲୋକ ଏହା ଶୁଣିପାରି ତୁରନ୍ତ ସେଠାକୁ ଦୌଡି ଯାଇଥିଲେ । ସୋସାଇଟିରେ ଏମିତି ଅବହେଳା ଯେ, ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କର ମଧ୍ୟ ସିସିଟିଭି ଉପରେ ନଜର ନଥିଲା କିମ୍ବା କଣ ଘଟୁଛି କଣ ନାହିଁ ତାହା ଉପ​‌ରେ ମଧ୍ୟ ଧ୍ୟାନ ନଥିଲା । ଯାହା ଫଳରେ ଏତେ ବଡ ଘଟଣା ଘଟିଥିଲେ ସୁଦ୍ଧା ସୁରକ୍ଷାକର୍ମୀ ଲିଫ୍ଟ ମଧ୍ୟରେ ଥିବା ସିସିଟିଭି ଉପରେ ନଜର ପକାଇନଥିଲେ । ଆଗୁଆ ଦେଖିଥି​‌ଲେ ଶିଶୁଟିକୁ ଯଥାଶୀଘ୍ର ବାହାର କରାଯାଇପାରିଥାନ୍ତା ।

ଦୀର୍ଘ ସମୟ ସଂଘର୍ଷ କରିବା ପରେ ଶିଶୁଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସ୍ଥାନୀୟ ଲୋକେ ଏବଂ ତାଙ୍କ ପରିବାର ।  ନାବାଳକର ପିତା ଗୌରବ ଶର୍ମା ଘଟଣାକୁ ନେଇ ସୋସାଇଟି କର୍ତ୍ତୃପକ୍ଷଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଏ ନେଇ ନନ୍ଦଗ୍ରାମ ଥାନାରେ ସୋସାଇଟି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଲିଫ୍ଟକୁ ତଦାରଖ କରିବା ସହିତ ସୋସାଇଟି କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଛି ।

   Related Posts