Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଶିବସେନା ଟିକେଟରେ ନିର୍ବାଚନ ଲଢ଼ିଥିଲେ: ନିଜକୁ ସମାଜସେବୀ କହି ଘରେ ଚଳାଉଥିଲେ ସେକ୍ସ ରାକେଟ, ୪ ଯୁବତୀ ସହ ୩ ଗ୍ରାହକ ଗିରଫ

8/11/2021 at 4:42 PM

ଭୋପାଲ ୦୮/୧୧ : ମଧ୍ୟ ପ୍ରଦେଶ ସିହୋରରେ ଶିବସେନା ନେତାଙ୍କ ଘରୁ ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ପୋଲିସ ଘଟଣାସ୍ଥଳରୁ କାର, ନଗଦ ଟଙ୍କା ଜବତ କରିଛି । ଏହାସହ ୪ ଯୁବତୀ ଓ ୩ ଗ୍ରାହକଙ୍କ ସହ ମହିଳା ମ୍ୟାନେଜର, ସଂଚାଳିକା ଓ ଚାଳକଙ୍କୁ ଗିରଫ କରିଛି। ଯେଉଁ ମହିଳାଙ୍କ ଘରେ ସେକ୍ସ ରାକେଟ ଠାବ ହୋଇଛି ସେ ନିଜକୁ ସମାଜସେବିକା ବୋଲି କହିଛନ୍ତି ଏବଂ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛନ୍ତି।

ସୂଚନା ଅନୁଯାୟୀ, ସୂଚନା ପାଇ ପୋଲିସ ସିହୋର ବସ ଷ୍ଟାଣ୍ଡ ନିକଟରେ ଥିବା ଅନୁପମା ତିୱାରୀଙ୍କ ଘରେ ଚଢ଼ଉ କରିଥିଲା। ଅନୁପମା ତିୱାରୀଙ୍କ ଘରେ ସେକ୍ସ ରାକେଟ ଚାଲିଥିଲା। ପୋଲିସ ପହଞ୍ଚିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା କିନ୍ତୁ କେହି ପଳାଇବାରେ ସଫଳ ହୋଇନଥିଲେ। ପୋଲିସ ୪ ଯୁବତୀ ଓ ୩ ଗ୍ରାହକଙ୍କୁ ଧରିଛି। ଘଟଣାସ୍ଥଳରୁ ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ସମସ୍ତ ଯୁବତୀ ଭୋପାଲ ପାଖାପାଖି ଅଞ୍ଚଳର ବୋଲି କୁହାଯାଉଛି। ଇନ୍ଦୁଲତା ନାମକ ମହିଳା ମ୍ୟାନେଜର ଯୁବତୀମାନଙ୍କୁ ଘରକୁ ଆଣୁଥିଲେ।

ଅନୁପମା ତିୱାରୀ ୨୦୧୫ ରେ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ିଥିଲେ। ସେ ନିଜକୁ ସମାଜସେବୀ ବୋଲି କୁହନ୍ତି। ନେହରୁ ଯୁବ କେନ୍ଦ୍ର ତରଫରୁ କିଛି ବର୍ଷ ପୂର୍ବରୁ ଯୋଗାଚାର୍ଯ୍ୟ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା। ମହିଳାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଅନୁପମାଙ୍କ ବୟାନ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜାହିର କରିଥିଲେ। ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଘରୁ ପ୍ରାୟ ୨୮ ହଜାର ଟଙ୍କା ନଗଦ ଓ ଓ ଦୁଇଟି କାର ଜବତ ହୋଇଛି।

   Related Posts