ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ମର ଶରୀର: 'ଦାଦା ଅମର ରହେ' ନାରାରେ କମ୍ପି ଉଠିଲା ପୁରା ସହର

Published By : Prameya-News7 Bureau | January 18, 2021 IST

ବଲାଙ୍ଗୀର୧୮/୧:  ପଞ୍ଚ ଭୂତରେ ବିଲୀନ ହେଲା ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ମର ଶରୀର l ସ୍ଥାନୀୟ ବିଭୂତି ପଡା ଶ୍ମଶାନରେ ସମ୍ପନ୍ନ ହେଲା ଶେଷକୃତ୍ୟ l ଲଳିତ ନାୟକଙ୍କ ପୁତୁରା ଜ୍ୟୋତି ରଞ୍ଜନ ନାୟକ ମୁଖାଗ୍ନି ଦେଇଥିଲେl ଶେଷକୃତ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।

 ସୋମବାର ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ମର ଶରୀର ବଲାଙ୍ଗୀରରେ ପହଞ୍ଚିବା ପରେ ଲଳିତ ଦାଦା ଅମର ରହେ ନାରାରେ କମ୍ପି ଉଠିଥିଲା ପୁରା ବଲାଙ୍ଗୀର ସହର l ଲଳିତ ନାୟକଙ୍କ ମର ଶରୀର ବଲାଙ୍ଗୀର ପହଞ୍ଚିବା ପରେ ପ୍ରଥମେ ନିଜ ରୁଗୁଡ଼ି ପଡାବାସ ଭବନକୁ ନିଆଯାଇଥିଲା l ପରେ ରୁଗୁଡି ପଡା ଦୁର୍ଗାମଣ୍ଡପ ନିକଟରେ ଆୟୋଜିତ ହୋଇଥିବ ପେଣ୍ଡାଲରେ ଲଳିତଙ୍କ ହଜାର ହଜାର ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ।

ମର ଶରୀର ଦର୍ଶନ ପାଇଁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,  ପୂର୍ବତନ ଏମପି କଳିକେଶ ନାରାୟଣ ସିଂ ଦେଓ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନରେ ସାମିଲ ହୋଇଥିଲେ l ପରେ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀରକୁ ରୁଗୁଡ଼ିପଡ଼ାରୁ ବିକ୍ରମ ଚକ ଡେଲି ମାର୍କେଟ ଦେଇ ସ୍ଥାନୀୟ ଶ୍ମଶାନ ବିଭୂତି ପଡାକୁ ନିଆଯାଇଥିଲା। ଲଳିତ ନାୟକ କୌଣସି ନେତା ନ ହୋଇ ମଧ୍ଯ ତାଙ୍କ ଅନ୍ତମ ସତ୍କାରରେ ବଲାଙ୍ଗୀର ସହର ଶହ ଶହ ଲୋକ ସ୍ବତପ୍ରବୃତ ଭାବେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.