Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଅସହାୟ ବୁଢ଼ୀ ମା’ର ଦାରୁଣ ଦୁଃଖ, ପୁଅ ମାନସିକ ବିକାରଗ୍ରସ୍ତ, ଅଣ୍ଟିରେ ନାହିଁ ଧନ: ପ୍ରଶାସନ ପୂର୍ବରୁ ସହଯୋଗର ହାତ ବଢ଼ାଇଲେ ସାମାଜିକ ସଙ୍ଗଠନ

2/12/2020 at 4:16 PM

ଭୁବନେଶ୍ବର୨/୧୨: ନ୍ୟୁଜ ସେଭେନ୍‌ର ପ୍ରଭାବ। କଟକ ଜିଲ୍ଲା ସୌରୀ ପଞ୍ଚାୟତରେ ବିଧବା ବିଦ୍ୟୁଲତା ମହାରଣାଙ୍କ ମାନସିକ ବିକାରଗ୍ରସ୍ତ ୩୦ ବର୍ଷର ପୁଅ ବୈକୁଣ୍ଠ ମହାରଣାଙ୍କ ସଂପର୍କରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପହଞ୍ଚିବା ପୂର୍ବରୁ ସାମାଜିକ ସଂଗଠନ ପକ୍ଷରୁ ମିଳିଛି ସାହାଯ୍ୟ। ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରଦର ହୁଡ୍ ଫାଉଣ୍ଡେସନର ଚେୟାରମ୍ୟାନ ସତ୍ୟଜିତ ସେନାପତି, ରାକେଶ ମହାପାତ୍ର, ରାଜଶ୍ରୀ ପରିଡା, ଡକ୍ତର ପ୍ରଫେସର ଅମ୍ରିତ ପାଟ ଯୋଶୀ।

ସୂଚନାଥାଉକି କଟକ ଜିଲ୍ଲା ସୌରୀ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସୌରୀ ଅଞ୍ଚଳର ବିଧବା ବୃଦ୍ଧା ବିଦ୍ୟୁଲତା ମହାରଣାଙ୍କ ପୁଅ ବୈକୁଣ୍ଠ ମହାରଣା ଆଜକୁ ୧୦ ବର୍ଷ ହେବ କୁଆଡ଼େ ଚାଲି ଯାଇଥିଲେ। କରୋନା କାଳରେ ପୁଅ ଘରକୁ ଫେରିଥିଲେ। ହେଲେ ପୁଅର ମାନସିକ ବିକାରଗ୍ରସ୍ତ ଯୋଗୁଁ ସେ ଏବେ ଘରେ ପଡି ରହିଛ। ଏଭଳି ପରିସ୍ଥିତିରେ ମା ଏବେ ନିଜ ବଞ୍ଚିବା ଚିନ୍ତା ଛାଡି କିଭଳି ପୁଅ ଭଲ ହେବ ଆଉ ପ୍ରତିପୋଷଣ କରିବ ସେ ନେଇ ପ୍ରଶାସନ ଆଉ ସହୃଦୟ ବ୍ୟକ୍ତିଙ୍କୁ ଆକୁଳ ନିବେଦନ କରିଛନ୍ତି। ଏହି ଖବର ପ୍ରସାରଣ ପରେ ବ୍ରଦରହୁଡ଼ ଫାଉଣ୍ଡେସନ ସୌରୀ ଗାଁରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି । ଏ ସଂପର୍କରେ ନ୍ୟୁଜ ସେଭେନ୍‌ରେ ଖବର ପ୍ରସାରଣ ପରେ ସାମାଜିକ ସଙ୍ଗଠନ ସହାୟତାର ହାତ ବଢ଼ାଇଛନ୍ତି।

   Related Posts