କରୋନା ରିଲିଫ୍: ପିତାଗାଡିଆ ଅଞ୍ଚଳରେ ଡିଏଭି ପୋଖରିପୁଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର , ୨୫|୦୫:  ସୋମବାର ଡିଏଭି ପୋଖରୀପୁଟର ଦଶଜଣ ଶିକ୍ଷକଶିକ୍ଷୟିତ୍ରୀ ଚନ୍ଦକା ବନାଞ୍ଚଳ ଅନ୍ତର୍ଗତ ପିତାଗାଡିଆ ଅଞ୍ଚଳରେ ପହଁଚି ଆଦିବାସୀ ଅଧ୍ୟୁଷିତ ଅଧିବାସୀଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ପ୍ରଦାନ କରିଛନ୍ତି ।

{"id":276002,"width":747,"height":497,"sizeSlug":"large"}

ସେଠାରେ ଅବସ୍ଥାନ କରୁଥିବା ୫୧ଟି ଅମାୟିକ ଅଭାବୀ ପରିବାରକୁ ପୃଥକ ପୃଥକ ଭାବେ ଶୁଖିଲା ଖାଦ୍ୟସାମଗ୍ରୀ ପ୍ୟାକେଟ୍ ସହ ଆଳୁ, ପିଆଜ, ମାସ୍କ ଆଦି ବଣ୍ଟନ କରି ସେମାନଙ୍କ ଶୁଖିଲା ଓଠରେ କିଛି ମାତ୍ରାରେ ହସ ଫୁଟାଇ ପାରିଛନ୍ତି । ମୃଦଙ୍ଗ ଓ ମାଦଳ ବାଦ୍ୟ ବଜାଇ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ଅଧିବାସୀମାନେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ଅତ୍ୟନ୍ତ ଶୃଙ୍ଖଳିତ ରୂପେ ସାମାଜିକ ଦୂରତା ଅବଲମ୍ବନ କରି ପ୍ରଦାନ କରାଯାଉଥିବା ସାମଗ୍ରୀକୁ ଗ୍ରହଣ କରି ସେମାନେ ନିଜ ସରଳତା ଗୁଣକୁ ପ୍ରକାଶ କରିଥିଲେ ।

{"id":275994,"width":747,"height":497,"sizeSlug":"large"}

ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଜାତାଙ୍କ ପରାମର୍ଶ ତଥା ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ମାର୍ଗଦର୍ଶନରେ ଉକ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହିପରି ସମାଜସେୂବା କାର୍ଯ୍ୟରେ ସର୍ବାଗ୍ରେ ପ୍ରତିନିଧିତ୍ୱ କରୁଥିବା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭ୍ରାଂଶୁ ମୋହନ ଦାଶ, ସ୍ୱାଗତିକା ଦାସ, ପତ୍ରପୁଷ୍ଠା ମହାନ୍ତି, ମନସ୍ୱିନୀ ମହାନ୍ତି, ରାଜେନ୍ଦ୍ର କୁମାର ସାହୁ, ମନୋଜ କୁମାର ନାହାକ, ବିଜୟ କୁମାର ପଣ୍ଡା, ଦୀପକ ରଞ୍ଜନ ବେହେର,ଶକ୍ତି ପ୍ରସନ୍ନ ମହାନ୍ତି ଓ ନରୋତ୍ତମ ଷଢଙ୍ଗୀ ସକ୍ରିୟ ସହଯୋଗକ୍ରମେ ଏହି ମହତ କାର୍ଯ୍ୟ ସୂଚାର ରୂପେ ସମ୍ପାଦିତ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.