୨ଶହ ଟଙ୍କା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର ; ଉପକୃତ ହେବେ ୪୮ଲକ୍ଷ ହିତାଧିକାରୀ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ମଧୁବାବୁ ପେନସନ ଯୋଜନାରେ ବଢିଲା ସାମାଜିକ ସୁରକ୍ଷା ଭତ୍ତା । ପ୍ରତି ହିତାଧିକାରୀ ପିଛା ବାର୍ଦ୍ଧକ୍ୟ ଭତ୍ତା ୨ଶହ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗରୁ ୩ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ବର୍ଦ୍ଧିତ ଭତ୍ତା ସହ ଏବେ ପାଇବେ ୫ଶହ ଟଙ୍କା । ୫ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ପାଇବେ ୭ଶହ ଟଙ୍କା । ଫେବ୍ରୁଆରୀ ୧୫ତାରିଖରୁ ହିତାଧିକାରୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ଭତ୍ତା ବୃଦ୍ଧି ହେବା ଫଳରେ ରାଜ୍ୟର ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.