୪ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ସାମାଜିକ ସଙ୍ଗଠନ, ଏକ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟତ ଠପ୍

Published By : Prameya-News7 Bureau | November 20, 2020 IST

ଆନନ୍ଦପୁର ୨୦।୧୧: କେନ୍ଦୁଝର ଜିଲ୍ଲା ବିଭିନ୍ନ ସମସ୍ୟା ନେଇ ୪ ଦଫା ଦାବିରେ ଜିଲ୍ଲା ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଘସିପୁରା ଥାନା ବାରିଗାଁ ନିକଟରେ ଆନ୍ଦୋଳନ କରିଛି ମା’ ଧନେଇ ସେବାସଂଘ । ଜିଲ୍ଲାର ଚମ୍ପୁଆ ଓ ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗ, ଜିଲ୍ଲାରେ ବୃହତ ଇସ୍ପାତ କାରଖାନା, ଅଧପନ୍ତରିଆ ୨୦ନଂ ଜାତୀୟ ରାଜପଥ କାମ ତୁରନ୍ତ  ସମ୍ପନ୍ନ କରିବା ଓ କାମ ପୁରା ନହେବା ପର୍ଯ୍ୟନ୍ତ ଟୋଲ ଆଦାୟକୁ ବନ୍ଦ ରଖିବାକୁ ଦାବି ହୋଇଛି । ମା ଧନେଇ ସେବା ସଂଘର ଏହି ଆନ୍ଦୋଳନକୁ ସମର୍ଥନ କରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ରାସ୍ତାରୋକ ଯୋଗୁଁ ଉଭୟପଟୁ ୧ ଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ଘସିପୁରା ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବାବେଳେ ଏକ ଘଣ୍ଟା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବାରୁ ରାସ୍ତାରୋକ ହଟିଥିଲା ।

{"id":364813,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଗାନ୍ଧୀ ଜୟନ୍ତୀରେ ମା ଧନେଇ ସେବାସଂଘ ସଂପୃକ୍ତ ଦାବି ନେଇ ପଦଯାତ୍ରା ମାଧ୍ୟମରେ ଆନନ୍ଦପୁରଠାରୁ ବାହାରି ଦୀର୍ଘ ୮୦ କିମି ଦୂରତା ଅତିକ୍ରମ କରି କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ମଧ୍ୟ ଅନକ ସଙ୍ଗଠନର ସମର୍ଥନ ମିଳିଥିଲା । ପୁଣି ଥରେ ଗତ ସେପ୍ଟେମ୍ବର ୧୨ ତାରିଖରୁ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ହେଲେ ୧୪ ତାରିଖରେ ପୋଲିସ ବଳପୂର୍ବକ ଭାବେ ଧାରଣାରତଙ୍କୁ ଉଠାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.