ଭୁଲ୍ କୋଭିଡ ତଥ୍ୟ ଭାଇରାଲ ମାମଲାରେ ୨ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | August 12, 2020 IST

ଭୁବନେଶ୍ବର୧୨/୮: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ମିଳିଛି ଜାମିନ। ଏମାନେ ହେଲେ ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ବଜିତ ମହାନ୍ତି। ଭୁବନେଶ୍ବର SDJM କୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର  ଏବଂ ୧୦ ହଜାର ଟଙ୍କା ମୁଚାଲିକାରେ ସେମାନଙ୍କୁ ମିଳିଛି ଜାମିନ୍। ୩ ଦିନିଆ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁ କୋର୍ଟରେ ହାଜର କରାଇଥିଲା ପୋଲିସ।

ସେପଟେ ଗତକାଲି କରୋନା ସମ୍ବନ୍ଧରେ ଏକ ଅଡିଓ କ୍ଲିପ୍ ଭାଇରାଲ କରି ଗିରଫ ହୋଇଥିବା ବିଶ୍ୱଜିତ୍ ମହାନ୍ତିଙ୍କ ପତ୍ନୀ ସୁଲକ୍ଷଣା ମହାନ୍ତି ମୁହଁ ଖୋଲିଛନ୍ତି । ବିଶ୍ୱଜିତ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରି ନଥିବା ସେ କହିଛନ୍ତି । ଏପରିକି ବିଶ୍ୱଜିତଙ୍କୁ କ୍ଷମା କରିବାକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସୁଲକ୍ଷଣା ସୋସିଆଲ ମିଡିଆରେ ଏକ ଭିଡିଓରେ କହିଛନ୍ତି ଯେ, ସେମାନେ ୨ ସାଙ୍ଗ କଥାବାର୍ତ୍ତା ହୋଇଥିଲେ । ଏହାକୁ ସେମାନେ କିଛି ଜଣଙ୍କୁ ସେୟାର ମଧ୍ୟ କରିଛନ୍ତି । ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । କିନ୍ତୁ ଏକ ପ୍ରତିଷ୍ଠିତ ଚ୍ୟାନେଲ ଏହାକୁ ଭାଇରାଲ କରିବା ଠିକ୍ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ବିଶ୍ୱଜିତଙ୍କ ଦୋଷକୁ କ୍ଷମା କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏପରିକି ଦୋଷୀକୁ ମଧ୍ୟ ଦଣ୍ଡ ମିଳୁ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.