Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍ବ’କୁ ନେଇ ଉଠିଲା ଝଡ: ଫିଲ୍ମ ବ୍ୟାନ୍ କରିବାକୁ ସୋସିଆଲ୍ ମିଡିଆରେ ହେଲା ଦାବି

5/10/2020 at 5:35 PM

ମୁମ୍ବାଇ ୦୫/୧୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ଅଭିନେତାଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବଲିଉଡରେ ଯୁକ୍ତିତର୍କ ଆରମ୍ଭ ହୋଇଛି। ଏହି ମାମଲାରେ ଏନସିବି ଅନେକ ବଡ ବଡ କଳାକାରଙ୍କୁ ଜେରା କରିସାରିଛି। ବର୍ତ୍ତମାନ ତମାମ ସେଲିବ୍ରିଟି ଏହି ମାମଲାରେ ନିଜ ପକ୍ଷ ରଖୁଥିବା ଦେଖିବାକୁ ମିଳୁଛି। ନିକଟରେ ବଲିଉଡ ଖିଲାଡୀ ଅକ୍ଷୟ କୁମାର ମଧ୍ୟ ନିଜ ପକ୍ଷ ରଖିଥିଲେ। ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବଙ୍କୁ ନେଇ ଲୋକେ ଟ୍ରୋଲ କରୁଛନ୍ତି।

ଏହି ଭିଡିଓରେ ଅକ୍ଷୟ କୁମାର ବଲିଉଡ ସପକ୍ଷରେ କହୁଥିବା ନଜର ଆସିଥିଲେ। ସେ କହିଥିଲେ ଜରୁରୀ ନୁହେଁ ଯେ ବଲିଉଡ ସହ ଜଡିତ ସମସ୍ତେ ଡ୍ରଗ୍ସ ନେଉଛନ୍ତି। ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ଏକ ସମସ୍ୟା, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଏହି ପେସା ସହ ଜଡିତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ଅକ୍ଷୟଙ୍କ ଏହି ବୟାନ ଉପରେ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ସମର୍ଥନ କରିଛନ୍ତି ଯାହାକୁ ନେଇ ଲୋକଙ୍କ akrosa ଦେଖିବାକୁ ମିଳିଛି। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଲୋକେ ଲକ୍ଷ୍ମୀ ବମ୍ବକୁ ବ୍ୟାନ କରିବାକୁ ଦାବି କରୁଛନ୍ତି।

ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ କରୁଛି। ୟୁଜର୍ସ କହୁଛନ୍ତି ଯେ ଅକ୍ଷୟଙ୍କ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେବାପରେ ଅକ୍ଷୟ ନୀରବତା ଭାଙ୍ଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଅକ୍ଷୟ କୁମାର ଯଦି ଆପଣ ସୁଶାନ୍ତଙ୍କ ପାଇଁ ଛିଡା ହୋଇପାରିବେ ନାହିଁ ତାହେଲେ ଆମକୁ ଆପଣଙ୍କ ଫିଲ୍ମ ଦେଖିବାରେ କୌଣସି ଇଛା ନାହିଁ।

   Related Posts