Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେକ୍ ଖବର ସେୟାର କରୁଥିଲେ ସାବଧାନ ! ବନ୍ଦ ହେବ ସୋସିଆଲ ମିଡିଆ ଆକାଉଣ୍ଟ

8/04/2020 at 3:18 PM

ନୂଆଦିଲ୍ଲୀ, ୦୮|୦୪:  ସାରା ବିଶ୍ୱ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ମିଛ ଓ ଗୁଜବ ଖବର ପ୍ରସାରିତ ହେଉଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଫେସବୁକ ଓ ଟିକଟକକୁ ଗୁଜବ ପ୍ରସାରିତ କରୁଥିବା ୟୁଜରଙ୍କ ଆକାଉଣ୍ଟ ବନ୍ଦ କରିବା ପାଇଁ କହିଛନ୍ତି । ଏହି ସଙ୍କଟ ମଧ୍ୟରେ କିଛି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଓ ଧର୍ମକୁ ଆକ୍ଷେପ କରି ଫେକ୍ ଭିଡିଓ ପୋଷ୍ଟ କରୁଛନ୍ତି । ଯାହା ଅନ୍ୟଙ୍କୁ ଭ୍ରମରେ ପକାଉଛି ବୋଲି ସରକାର ଅଭିଯୋଗ କରିଛନ୍ତି ।

ସରକାରୀ ସୂତ୍ରାନୁସାରେ, ଭାରତ ସରକାର ଏକ ନିର୍ଦ୍ଦେଶ ଜାରି କରି ସୋସିଆଲ ମିଡିଆର ଦୂରୁପଯୋଗ କରୁଥିବା ୟୁଜରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଭୋୟାଗର ଇନଫୋସେକକୁ ଦାୟିତ୍ୱ ଦିଆଯାଇଛି । ଟିକଟକରେ କିଛି ୟୁଜର ଉଦ୍ଦେଶ୍ୟମୂଳକ ଭାବେ ଭିଡିଓ ପୋଷ୍ଟ କରୁଥିବା କୁହାଯାଉଛି ।

ଯେଉଁ ୟୁଜରମାନେ ମିଛ ଖବର ପ୍ରସାରଣ କରୁଛନ୍ତି ସେମାନଙ୍କ ଆକାଉଣ୍ଟ ବନ୍ଦ କରିବାକୁ ସରକାର ବିଭିନ୍ନ କମ୍ପାନୀକୁ କହିଛନ୍ତି । ଏହାସହ ସେମାନଙ୍କ ତଥ୍ୟ ସୁରକ୍ଷାକର୍ମୀଙ୍କୁ ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି ।

ଟିକଟକ କହିଛି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପାନୀ କାମ କରୁଛି । କରୋନା ବାବଦରେ ସଠିକ ସୂଚନା ପହଁଚାଇବା ପାଇଁ ମଧ୍ୟ କାମ କରାଯାଉଛି । ଫେସବୁକ ଓ ହ୍ୱାଟସଆପ ଫେକ୍ ଖବର ରୋକିବାକୁ ନିକଟରେ ପଦକ୍ଷେପ ନେଇଛନ୍ତି ।

   Related Posts