ଇଂଷ୍ଟାଗ୍ରାମ ଷ୍ଟାରଙ୍କୁ ହତ୍ୟା କରି ବନ୍ଧୁ ସୋସାଲ ମିଡିଆରେ ଅପଡେଟ୍ କଲେ ଫଟୋ , ଜାଣନ୍ତୁ ଲେଖିଛନ୍ତି କ’ଣ

Published By : Prameya-News7 Bureau | July 17, 2019 IST

ନ୍ୟୁୟର୍କ:  ଇଂଷ୍ଟାଗ୍ରାମ ଷ୍ଟାର ବିୟାଙ୍କା ଡେଭିନ୍ସଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ କରିଛନ୍ତି ତାଙ୍କ ସୋସାଲ ମିଡିଆ ବନ୍ଧୁ ବ୍ରେଣ୍ଡନ କ୍ଲାର୍କ । ମାତ୍ର୨ ମାସ ପୂର୍ବେ  କ୍ଲାର୍କଙ୍କ ସହ ଇଂଷ୍ଟାରେ ଡେଭେନ୍ସଙ୍କ ବନ୍ଧୁତା ହୋଇଥିଲା। ତେବେ ଏକ କାର୍ଯ୍ୟକ୍ରମରେ ସାଙ୍ଗ ହୋଇ ଯୋଗଦେଇଥିବା ବେଳେ କ୍ଲାର୍କ ଏହି କାଣ୍ଡ କରିଛନ୍ତି । ତାଙ୍କ ଗଳା କାଟିବା ପରେ ରକ୍ତଜୁଡୁବୁଡୁ ଫଟୋ ଇଂଷ୍ଟାରେ ଅପଡେଟ କରିଛନ୍ତି।

{"id":134666}

ଡେଭେନ୍ସ ୟୁଟିକାର ବାସିନ୍ଦା ଓ ଇ-ଗାର୍ଲ ଭାବେ ବେଶ ପରିଚିତ ଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ୟୁଟିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହତ୍ୟାକାଣ୍ଡର  କାରଣ ଜଣାପଡି ନାହିଁ। ତେବେ ଡେଭେନ୍ସଙ୍କ ମୃତ୍ୟୁରେ ତାଙ୍କ ଅଭିଭାବକ ଭାଙ୍ଗିପଡିଛନ୍ତି। ସନ୍ଧ୍ୟାରେ କ୍ଲାର୍କଙ୍କ ସହ ଡେଭେନ୍ସ କ୍ୱିନ୍ସ ରେ ଅନୁଷ୍ଠିତ ହେଉଥିବା ଏକ ମ୍ୟୁଜିକ କାର୍ଯ୍ୟକ୍ରମକୁ ଯାଇଥିଲେ। ତେବେ ରାତିରେ ଘରକୁ ଫେରି ନଥିବା ବେଳେ ସକାଳେ କ୍ଲାର୍କ ନିଜେ ୯୧୧ରେ ଫୋନ କରି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ।

{"id":134667}

ପୋଲିସ ତାଙ୍କ ନିକଟରେ ପହଞ୍ଚି ପଚାରିବାରୁ ସେ ଶବ ଦେଖାଇ ତା ସହିତ ସେଲ୍ଫି ନେବା ସହ ଫଟୋ ଅପଡେଟ୍ କରିଥିଲା। ପରେ ଧରିଥିବା ଛୁରିରେ ନିଜ ଗଳା କାଟି ମାଟିରେ ଲୋଟି ପଡିଥିଲା। ପୋଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ହସ୍ପିଟାଲ ସ୍ଥାନାନ୍ତର କରିଥିବା ବେଳେ ସେ ଏବେ ସୁସ୍ଥ ଅଛି। ପୋଲିସ ହସ୍ପିଟାଲରୁ ଆଣି ତାକୁ ଏବେ ହତ୍ୟାକାଣ୍ଡ ନେଇ ପଚରା ଉଚରା ଚଳାଇଛି। ତେବେ  ଇଂଷ୍ଟାରେ କ୍ଲାର୍କ କରିଥିବା ଶେଷ ଅପଡେଟ୍ ରେ ଲେଖିଛି  ‘ ପାରିଲେ ମୋତେ କ୍ଷମା କରିଦେବ’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.