ଦେଶରେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜର ପ୍ରସାର ଉପରେ ଲାଗିବ ଅଂକୁଶ

Published By : Prameya-News7 Bureau | August 31, 2018 IST

ନୂଆଦିଲ୍ଲୀ ୧|୯: ଦେଶରେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜର ପ୍ରସାର ଉପରେ ଅଂକୁଶ କଷିବାକୁ ସରକାର ଅଣ୍ଟା ଭିଡିଛନ୍ତି । ଏସବୁ ପାଇଁ ଦାୟୀ ରହିବେ ଗ୍ଲୋବାଲ୍ ଇଣ୍ଟରନେଟ୍ କମ୍ପାନୀ ଏବଂ ସୋସିଆଲ ମିଡିଆ କମ୍ପାନୀର ଭାରତୀୟ ମୁଖ୍ୟ । ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରେ । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଗୁଜବ ବ୍ୟାପିବା ଏବଂ ଏଥିଯୋଗୁ ହିଂସା ବ୍ୟାପିବା ଅଭିଯୋଗରେ ମାମଲା ରୁଜୁ ହେବ । ଗତକିଛି ଦିନ ତଳେ ଦେଶରେ ଦେଖିବାକୁ ମିଳିଥିବା ଦଙ୍ଗା ମାମଲା ପଛରେ ଏମିତି କିଛି ସୋସିଆଲ ମିଡିଆର ଭୂମିକା ଥିବା ଜଣାପଡିଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଏନେଇ ରିପୋର୍ଟ ଦେବା ଦେଇଛି । ତେଣୁ ସୋସିଆଲ ମିଡିଆରେ ବ୍ୟାପୁଥିବା ଗୁଜବ ଉପରେ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବିକଳ୍ପ ନେଇ ଏହି କମିଟି ବିଚାର କରିଛି । ଏହା ଆଗରୁ ଜଷ୍ଟିସ ବି.ଏନ୍ ଶ୍ରୀକ୍ରିଷ୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ସୋସିଆଲ୍ ମିଡିଆ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦେଇଥିବା ରିପୋର୍ଟ ଆଧାରରେ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହୋଇଛି । ଏହି ଅନୁଯାୟୀ କମ୍ପାନୀ ଉପରେ ୧୫କୋଟି ଟଙ୍କା ବା ବାର୍ଷିକ ବ୍ୟବସାୟର ୪ପ୍ରତିଶତ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ଏବେ କିନ୍ତୁ ସରକାର ଆହୁରି କଠୋର ଦଣ୍ଡ ବ୍ୟବସ୍ଥା କରିବା ନେଇ ସଂକେତ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.