ପୁଣିଥରେ ଟ୍ରୋଲ ହେଲେ ରାନୁ ମଣ୍ଡଳ,ଅଧିକ ମେକ୍ଅପ୍ ସହ ପହଞ୍ଚିଥିଲେ ରାମ୍ପ ଶୋରେ
17/11/2019 at 3:34 PM

ମୁମ୍ବାଇ୧୭|୧୧: ରେଲୱେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଲ ଆଜି କୋଟି କୋଟି ଜନତାଙ୍କ ମଧ୍ୟରେ ଚର୍ଚ୍ଚିତ। ଗୋଟିଏ ଭାଇରାଲ୍ ଭିଡିଓରେ ମାଧ୍ୟମରେ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି । ରାନୁ ରାତାରାତି ଜଣେ ଷ୍ଟାର ପାଲଟି ଯାଇଥିଲେ। ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ।

ତାଙ୍କର ଗୋଟିଏ ଗୀତ ତେରି ମେରି କାହାନୀ ମଧ୍ୟ ଖୁବ ଭାଇରାଲ୍ ହୋଇଛି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଜଣେ ମହିଳା ପ୍ରଶଂସକଙ୍କୁ ଅପମାନିତ କରିବା ପରେ ସେ ବହୁତ ଟ୍ରୋଲ ହେଉଛନ୍ତି। ଏହା ପରେ ରାନୁଙ୍କୁ ଚର୍ଚ୍ଚିତ କରିଥିବା ସୋସିଆଲ୍ ମିଡିଆରେ ହିଁ ତାଙ୍କର ମଜା ଉଡାଯାଉଛି ।

ଏବେ ରାନୁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସେ ହେଭି ମେକ୍ଅପ୍ ଲଗାଇବାରେ ନଜର ଆସିଛନ୍ତି। ରାନୁଙ୍କର ଏହି ଲୁକ୍ର ଦର୍ଶକ ଖୁବ ମଜା ଉଡାଉଛନ୍ତି। କେବଳ ସେତିକି ନୁହେଁ ରାନୁ ଏକ ଡିଜାଇନର ଡ୍ରେସ ପିନ୍ଧିବାରେ ଦେଖାଯାଇଛନ୍ତି। ଏଭଳି ଗେଟ୍ଅପ୍ରେ ସେ ଗୋଟେ ଇଭେଣ୍ଟକୁ ଯାଇଥିଲେ।

ମେକଅପ୍ କରିବାର କୌଣସି ଆବଶ୍ୟକ ନଥିଲା ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି। ରାନୁଙ୍କ ଚେହେରା ମେକଅପ୍ ପାଇଁ ସମ୍ପୂର୍ଣ୍ଣ ଧଳା ଦେଖାଯାଉଛି। ରାନୁ ନିଜର ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ରାନୁଙ୍କର ଆଜିକାଲିର ବ୍ୟବହାର ଦର୍ଶକଙ୍କୁ କିଛି ପସନ୍ଦ ଆସୁନାହିଁ। ତା ସହ ସେ ଏଭଳି ଫଟୋ ପୋଷ୍ଟ କରି ଆଧିକ ଟ୍ରୋଲ ହେବାର ଶିକାର ହେଉଛନ୍ତି।