ଏନସିବି କାର୍ଯ୍ୟାଳୟ ପାଇଁ ସଲଓ୍ବାର କୁର୍ତା ହେଲା ଡ୍ରେସ କୋଡ୍, ଟ୍ବିଟରରେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ନେଇ ଏମିତି କହିଲେ ୟୁଜର

Published By : Prameya-News7 Bureau | September 26, 2020 IST

ମୁମ୍ବାଇ ୨୬/୦୯:ବଲିଉଡ୍ ଡ୍ରଗ୍ସ ମାମଲାରେ ଆଜି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ଜେରା କରାଯାଇଛି। ଏମାନେ ସମସ୍ତେ ଆଜି ଏନସିବି କାର୍ଯ୍ୟାଳୟରେ ଧାର୍ଯ୍ୟ ସମୟରେ ପହଞ୍ଚି ଥିଲେ। ଏବେ ଏଇ ତିନି ଜଣ ଅଭିନେତ୍ରୀ ଟ୍ବିଟରର ଟପ୍ ଟେଣ୍ଡ୍ରରେ ରହିଛନ୍ତି। ଡ୍ରଗ୍ସ ମାମଲା​‌ରେ ନାଁ ଆସିବା ପରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ତେବେ ଆଜି ଏନସିବି ଦପ୍ତରକୁ ତିନି ଅଭିନେତ୍ରୀ ସଲଓ୍ବାର କୁର୍ତା ପିନ୍ଧି ପହଞ୍ଚି ଥିଲେ। ଏହାକୁ ନେଇ ଏବେ ଟ୍ବିଟରରେ ବି କମେଣ୍ଟ ଆରମ୍ଭ ହୋଇଛି।

{"id":334883,"sizeSlug":"large"}

ଏନସିବି ଅଫିସ ଆସିଥିବା ବେଳେ ଆଜି ଏ ତିନି ଜଣ କୁର୍ତା ପିନ୍ଧିଛନ୍ତି। ଦୀପିକା ଓ ସାରା ସଲଓ୍ବାର କୁର୍ତା ସହ ଓଢ଼ଣି ପକାଇଥିବା ବେଳେ ଶ୍ରଦ୍ଧା କପୁର ହଳଦିଆ ରଙ୍ଗ କୁର୍ତା ଓ ଜିନ୍ସ​ରେ ନଜର ଆସିଥିଲେ। ଏହା ସହ ଦୀପିକାଙ୍କ ମ୍ୟାନେଜର ମଧ୍ୟ ଆଜି କୁର୍ତା ପିନ୍ଧିଥିଲେ।

{"id":334879,"sizeSlug":"large"}

ଟ୍ବିଟରରେ ଏହି ତିନି ଅଭିନେତ୍ରୀଙ୍କ ଫଟୋକୁ ଏକସଙ୍ଗରେ ସେୟାର କରି ୟୁଜରମାନେ ଲେଖିଛନ୍ତି- ‘ଏବେ ଏଥିରୁ ନିଶ୍ଚିତ ହୋଇଗଲା ​‌ଯେ ଏନିସିବି ଅଫିସକୁ ଜେରା ପାଇଁ ଯିବା ପାଇଁ ହିରୋଇନ୍ ସଲଓ୍ବାର କୁର୍ତା ପିନ୍ଧିବେ।’ ଏପରିକି କେତେକ ୟୁଜର ରିୟା ଚର୍କବର୍ତୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତତ। ଯେଉଁଥିରେ ରିୟା ଇଡି ଓ ସିବିଆଇ ଦପ୍ତରରେ ଧଳା ରଙ୍ଗ ସଲଓ୍ବାର ପିନ୍ଧିଥିଲେ।

{"id":334881,"sizeSlug":"large"}

ଏନସିବି ଅଫିସରେ ଶ୍ରଦ୍ଧା ପହଞ୍ଚିବା ପରେ ଲୋକ ତାଙ୍କ ସର୍ଥନରେ ଟ୍ବିଟ୍ କରିଛନ୍ତି। ବିନା କୌଣସି କାରଣରେ ଶ୍ରଦ୍ଧା ଏହି ମାମଲରେ ଫସିଥିବା ଅନେକ ୟୁଜର କହିଛନ୍ତି। ଟ୍ବିଟରରେ ଶ୍ରଦ୍ଧା କପୁର ହିଁ ଟ୍ରେଣ୍ଡର ଆଗରେ ରହିଛନ୍ତି। ତେବେ ସାରାଙ୍କ ପାଇଁ ୟୁଜରଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କେତେ ତାଙ୍କୁ ସମର୍ଥନ କରୁଛନ୍ତି। ଦୀପିକାଙ୍କୁ ମଧ୍ୟ ଏନସିବିରେ ପହଞ୍ଚିବା ପରେ ଟ୍ରୋଲ କରାଯାଇଛି। ଏହା ସହ ପ୍ରଶଂସକଙ୍କ ସମର୍ଥନ ମଧ୍ୟ ତାଙ୍କୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.