Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମୋତେ ହତ୍ୟା କରାଗଲା’ ସୋସିଆଲ ମିଡିଆରେ ଗୁଣିଆ ଆଉ ପ୍ରେତାତ୍ମା….

29/07/2020 at 9:52 PM

ଖୋର୍ଦ୍ଧା୨୯/୭: ଗୋଟିଏ ନାବାଳିକା ଝିଅ ଶରୀରରୁ ପ୍ରେତାତ୍ମା ଛଡାଇବା ପାଇଁ ଗୁଣିଆ କରୁଥିବା ଉଦ୍ୟମର ଏବେ ସୋସିଆଲ୍‌ ମଡିଆରେ ଭାଇରାଲ୍‌ ହୋଇଛି । ଏଥିରେ ନାବାଳିକା ଅସ୍ୱାଭାବିକ ଭାବେ ଆଚରଣ କରୁଛି। ମୋତେ ନ୍ୟାୟ ନମିଳିଲେ ଯିବିନି । ଏହାର ଭିଡିଓ ବି ଭାଇରାଲ୍‌ ହୋଇଛି ।ମୋତେ ନ୍ୟାୟ ନ ମିଳବା ପର୍ଯ୍ୟନ୍ତ ଯିବିନି ବହୁତ ବିଶ୍ରାମ ନେଲିଣି। ଏମିତି ଏକ ଢ଼ଙ୍ଗରେ ଜଣେ ନାବାଳିକା ତାଙ୍କର ପରିବାର ଲୋକଙ୍କୁ କହିବା ଏକ୍‌ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୂହେଁ ବରଂ ମୋତେ ଡଡ଼ିଦେବାକୁ ଭାବୁଛୁ, ମାଡ଼ ମାରିଲେ ଏତେ କଷ୍ଟଦେଲେ ମୋର ସବୁ ଆଶା ଧୂଳିସାତ୍‌ କରିବା କହୁଥିବା ଜଣାପଡ଼ିଛି ମୋର ବହୁତ ଅଶା ଥିଲା ପାଠ ପଢିବି, ଚାକିରି କରିବି ମାତ୍ର ମୋତେ ହତ୍ୟା କରାଗଲା। ଏହା ହେଉଛି ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲାର କଥା ।

ତେବେ ଏ ଭିଡ଼ିଓ କୌଣସି ଉପାନ୍ତ କିମ୍ବା ଆଦିବାସୀ ବହୁଳ କନ୍ଧମାଳ, କଳାହାଣ୍ଡି ବିମ୍ଭା କୋରାପୁଟ ଅଞ୍ଚଳ ନୁହେଁ। ବରଂ ଖୋର୍ଦ୍ଧା ଉପଖଣ୍ଡ ଜରିପୁଟ୍‌ ଗ୍ରାମର ହୋଇଥିବା ଜଣାପଡ଼ିଛି। ଭିଡ଼ିଓରେ ଜଣେ ତାନ୍ତିକ ଅଣ୍ଟା, ଅରୁଆ ଚାଭଳ, ନାଲି ମନ୍ଦାରଫୁଲୟ ସୋରିଷ ତେଲ ମାଧ୍ଯମରେ ପ୍ରେତାତ୍ମା ଛଡ଼ାଇବାକୁ ମନ୍ତ୍ର କରୁଥିବା ବେଳେ ଆଜିର ବୈଜ୍ଞାନିକ ଯୁଗ ଓ ସଭ୍ୟ ସମାଜରେ ଏଭଳି ଅନ୍ଧବିଶ୍ବାସକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

ଗତ ଜୁନ୍‌ ୨୫ ତାରିଖରେ ଜଗିପୁଟ ସ୍କୁଲ୍‌ କୂଅରୁ ଏକ । ଶବ ଉଦ୍ଧାର କରଯାଇଥିଲା । ଶବ ପ୍ରେତାତ୍ମା ଲାଗିଥିବା ଛାତ୍ରୀଙ୍କର ପଡ଼ୋଶୀ ଘର ଲୋକଙ୍କର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନା ହେଉଛି। ତେବେ ଏ ଘଟଣାରେ ଛାତ୍ରୀ ଜଣଙ୍କ ଉକ୍ତ ସମୟରେ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ପୁଲିସ ସଫେଇ ଦେଉଥିବା ବେଳେ ମୃତକ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପ୍ରେମିକ ଏବଂ ତାଙ୍କ ମାଆକୁ ଗିରଫ କରିଥିଲା। ମାତ୍ର ଗ୍ରାମରେ ଅନ୍ୟ କଛି ଜଣଙ୍କ ନିକଟରେ ଏପରି ଆଚରଣ ଦେଖାଯାଇଥିବା କିଛି ଗ୍ରାମବାସୀ ନାମକୁ ପ୍ରକାଶ ନକରି କହିଛନ୍ତି । ତେବେ ଏବେର ଦୁନିଆଁରେ ଏହା କେତେ ସତ ତାହା ତଦନ୍ତ ସାପେକ୍ଷ ।

   Related Posts