Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମର୍ଜ ହୋଇପାରେ ସୋସିଆଲ୍ ମିଡିଆର ୩ ବଡ ପ୍ଲାଟଫର୍ମ – ହ୍ୱାଟ୍ସଅପ୍, ଫେସ୍‌ବୁକ୍ ଓ ଇନ୍ସଟାଗ୍ରାମ୍

9/07/2020 at 11:29 AM

ନୂଆଦିଲ୍ଲୀ ୦୯/୦୭ : ହ୍ୱାଟ୍ସଅପ, ଫେସବୁକ, ଇନ୍ସଟାଗ୍ରାମ ଦୁନିଆର ସବୁଠାରୁ ବଡ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଭାବେ ଜଣାଶୁଣା | ବର୍ତ୍ତମାନ ହ୍ୱାଟ୍ସଅପ, ଫେସବୁକ ଓ ଇନ୍ସଟାଗ୍ରାମ ମର୍ଜ ହେବାକୁ ନେଇ ଚର୍ଚ୍ଚା ହେଉଛି | ଫେସବୁକ ହ୍ୱାଟ୍ସଅପ ଓ ଇନ୍ସଟାଗ୍ରାମ ଅଧିଗ୍ରହଣ କରିଛି ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଅଧିଗ୍ରହଣ | ଦୁଇ ଲୋକପ୍ରିୟ ପ୍ଲାଟଫର୍ମକୁ କିଣିବା ପରେ ପ୍ରଶ୍ନ ଉଠିଥିଲା ଯେ ଏହି ୩ଟି ପ୍ଲାଟଫର୍ମକୁ ଏକାସଙ୍ଗେ କାମ କରିବାକୁ ଏକାକୃତ କରାଯାଇ ପାରିବ କି ? ଗତ ବର୍ଷ ଫେସବୁକ ପ୍ରମୁଖ ମାର୍କ ଜୁକରବର୍ଗ  ସ୍ପଷ୍ଟ କରିଥିଲେ ଯେ ତାଙ୍କ ପାଖରେ ଭବିଷ୍ୟରେ ଏକ ଅଦ୍ୱିତୀୟ ସେବା ପ୍ରଦାନ କରିବାକୁ ୩ଟି ପ୍ଲାଟଫର୍ମକୁ ମର୍ଜ କରିବାକୁ ଯୋଜନା କରିଛନ୍ତି | 

ବର୍ତ୍ତମାନ ଫେସବୁକ ହ୍ୱାଟ୍ସଅପ, ଇନ୍ସଟାଗ୍ରାମ ଏବଂ ମେସେଞ୍ଜରକୁ ଏକାସଙ୍ଗେ ମର୍ଜ କରିବାକୁ ଯୋଜନା କରୁଛି | ଏହି ପ୍ଲାଟଫର୍ମରେ ହ୍ୱାଟ୍ସଅପ, ଇନ୍ସଟାଗ୍ରାମ ୟୁଜର୍ସ ମଧ୍ୟ ପରସ୍ପର ସହ କଥାବାର୍ତା କରିପାରିବେ | ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ପହଞ୍ଚକୁ ରଖି କୁହାଯାଇପାରିବ ଯେ ଫେସବୁକର ଥ୍ରୀ-ଇନ-ୱାନ୍ ପ୍ଲାଟଫର୍ମ ଭିଡିଓ କନଫରେନସିଂ ମାମଲାରେ ମଧ୍ୟ ଏକ ଗେମ ଚେଞ୍ଜର ହୋଇପାରିବ |

WABetaInfo ର ଏକ ରିପୋର୍ଟରେ ଏହିଭଳି ସମ୍ଭାବିତ ଫିଚର୍ସ ଆଡକୁ ଇସାରା କରାଯାଉଛି | ଏହି ରିପୋର୍ଟ ଅନୁସାରେ, ଫେସବୁକ ମେସେଞ୍ଜରକୁ ଉପଯୋଗ କରି ୩ଟି ପ୍ଲାଟଫର୍ମ ମଧ୍ୟରେ ଏକ କନେକ୍ସନ କରିବା ଦିଗରେ ପଦକ୍ଷେପ ନିଆଯାଉଛି | ଫେସବୁକ ଏକ ଲୋକାଲ ଡାଟାବେସ ଟେବୁଲ ତିଆରି କରୁଛି ଯାହା ହ୍ୱାଟ୍ସଅପ ୟୁଜର୍ସଙ୍କ ମେସେଜ ଓ ସର୍ଭିସକୁ ବ୍ୟବସ୍ଥିତ କରିବାକୁ ସହାୟକ ହେବ | ଏହାକୁ ବ୍ୟବହାର କରି ଫେସବୁକ କଣ୍ଟ୍ରାକ୍ଟ ନମ୍ବର ଓ ମେସେଜ ଏକାଠି କରାଯାଇପାରିବ |

ଏହି ପ୍ରକ୍ରିୟା ପ୍ରାରମ୍ଭିକ ସ୍ଥରରେ ରହିଛି ଏବଂ ସେଥିପାଇଁ ବର୍ତ୍ତମାନ ଏହା କହିବା ମୁସ୍କିଲ ଯେ ଫେସବୁକ ନିଜ ୟୁଜର୍ସଙ୍କୁ ଅନ୍ୟ ପ୍ଲାଟଫର୍ମ ସହ କମ୍ୟୁନିକେଟ କରିବାର ଏହି ସୁବିଧାକୁ କେବେ ସୁଦ୍ଧା ବିକଶିତ କରିବ | ତେବେ ଭବିଷ୍ୟତରେ ଏହି ଯୋଜନା କାର୍ଯ୍ୟକାରୀ ନ ହେବାର ମଧ୍ୟ ସମ୍ଭାବନା ରହିଛି |

   Related Posts