Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକରେ ବନ୍ଧୁକ ସହ ଫଟୋ ଛାଡ଼ିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ପୋଲିସକୁ ମିଳିଗଲା ଅପରାଧର ସୁରାକ

22/02/2019 at 8:49 PM

ପାନିପଥ ୨୨/୨-ଆଜିକାଲି ଫେସ୍ବୁକରେ ବିଭିନ୍ନ ସମୟରେ ଫଟୋ ଉଠାଇ ଅପଲୋଡ଼ କରିବା ଏକ ପ୍ରକାର ସଉକ ପାଲଟିଗଲାଣି । ସୋସିଆଲ ମିଡ଼ିଆରେ ସେମିତି କିଛି ପ୍ରତିବନ୍ଧକ ନଥିବାରୁ ଯିଏ ଯାହା ଚାହିଁଲା ଅପଲୋଡ଼ କଲା ଫଟୋ । ଜଣେ ଯୁବକଙ୍କୁ ନିଜପାଖରେ ରଖିଥିବା ବନ୍ଧୁକ ସହିତ ଫଟୋ ଉଠାଇ ଫେସବୁକରେ ଅପଲୋଡ଼ କରିବା ହୋଇଛି ମହଙ୍ଗା ।

ଏହିଭଳି ଘଟଣା ସୁଭାଷ ନଗରରେ ଘଟିଥିବା ବେଳେ ସଂପୃକ୍ତ ଯୁବକ ଫସିଯାଇଛି ଆଇନ ଜାଲରେ । ପ୍ରୀତମ ନାମକ ଜଣେ ଯୁବକ ନିଜ ଫେସବୁକରେ ପାଖରେ ରଖିଥିବା ବନ୍ଧୁକ ସହ ଫଟୋ ଉଠାଇ ଅପଲୋଡ଼ କରିବା ପଡ଼ିଛି ମହଙ୍ଗା । ଏହି ଘଟଣା ପରେ ପ୍ରୀତମ ନାଁରେ ଥିବା ମାମଲାର ପ୍ରମାଣ ପୋଲିସ ହାତରେ ଲାଗିଛି ।

ପ୍ରୀତମ, ଅନୀଲ, ସୁନ୍ଦର ପୂର୍ବରୁ ବେଆଇନଭାବେ ବନ୍ଧୁକ ରଖିବା ଘଟଣାରେ ମଧ୍ୟ ହୋଇଥିଲେ ଗିରଫ । ପୋଲିସ ଏହି ଘଟଣାରେ ପ୍ରୀତମ ନାଁରେ ଥିବା ମାମଲାର ତଦନ୍ତ ଆରମ୍ଭ କରିଛି ।

   Related Posts