ଇଂଷ୍ଟାଗ୍ରାମରେ ପଚାରିଲେ ‘ବଞ୍ଚିବି କି ମରିଯିବି’, ଲୋକେ କହିଲେ ମରିଯା, ଆତ୍ମହତ୍ୟା କରିଦେଲେ ଯୁବତୀ

Published By : Prameya-News7 Bureau | May 16, 2019 IST

କୁଆଲାଲମ୍ପରୁ, ସୋସାଲ ମିଡିଆ ଧିରେ ଧିରେ ସମାଜକୁ କବଳିତ କରିବାରେ ଲାଗିଛି। ଏପରିକି ଲୋକେ ସୋସାଲ ମିଡିଆର ପ୍ରରୋଚନାରେ କାମ କରୁଥିବାର ନଜିର ମଧ୍ୟ ମିଳିଲାଣି। ନିକଟରେ ଜଣେ କିଶୋରୀ ସୋସାଲ ମିଡିଆର ପରାମର୍ଶରେ ନିଜ ଜୀବନର ନିଷ୍ପତ୍ତି ନେଇଥିବା ଜଣାପଡିଛି। ଯେଉଁଥିରେ କିଶୋରୀ ଜଣକ ନିଜର ଫଲୋର୍ସଙ୍କୁ ବଞ୍ଚିବେ କି ମରିଯିବା ଉଚିତ ବୋଲି ପଚାରିଥିଲେ। ୬୭ ପ୍ରତିଶତ ଫଲୋର୍ସ ମରିବା ସପକ୍ଷରେ ଯିବା ପରେ କିଶୋରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

{"id":112501}

ସାରାବାକ୍ ରାଜ୍ୟ ପୋଲିସର ରିପୋର୍ଟ ଅନୁସାରେ କିଶୋରୀଟି ଇଂଷ୍ଟାଗ୍ରାମର ଫଟୋ ସେୟାରିଂ ଏପ୍ ରେ ଏକ ପୋଲ ପୋଷ୍ଟ କରିଥିଲେ। ଯେଉଁଥିରେସେ ଉଲ୍ଲେଖ କରିଥିଲେ ‘ବହୁତ ଗରୁତ୍ବପୂର୍ଣ୍ଣ  ନିର୍ଣ୍ଣୟ କରିବାରେ ସହାୟତା କରନ୍ତୁ  ଡି ଅର ଏଲ’ ଅର୍ଥାତ ଡେଥ ଅର ଲିଭ।  ତେବେ ତାଙ୍କର ଅଧିକାଂଶ ଫଲୋର୍ସ ଡି ସପକ୍ଷରେ ମତ ଦେଇଥିଲେ। ସେହି ଅନୁସାରେ କଶୋରୀ ଆତ୍ମହତ୍ୟାର ପଥ ବାଛିନେଇଛନ୍ତି।

{"id":112502}

ଘଟଣା ଗଣମାଧ୍ୟମରେ ପ୍ରଘଟହେବା ପରେ ନେଟିଜେନ୍ସଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସକାଇବା ନିମନ୍ତେ ମୋକଦ୍ଦମା ରୁଜୁ କରିବାକୁ ଓକିଲମାନେ ପରାମର୍ଶ ଦେଇଛନ୍ତି। କୁଆଲଲମ୍ପୁରରେ ଆତ୍ମହତ୍ୟାକୁ ଅପରାଧ ବିବେଚନା କରାଯାଏ। ଏଣୁ ଆତ୍ମହତ୍ୟା ପାଇଁ ଉସକାଇବା ମଧ୍ୟ ଅପରାଧ। ଇଂଷ୍ଟା ଫଲୋର୍ସ ଚାହିଁଥିଲେ ତାଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରାଇ ପାରିଥାନ୍ତେ ବୋଲି କହିଛନ୍ତି ପେନାଗର ଏନଷ୍ଟେଟ ସାଂସଦ ରାମ କ୍ରପାଲ ସିଂହ।

{"id":112503}

ତେବେ ଇଂଷ୍ଟା ଫଲୋର୍ସଙ୍କ ଆତ୍ମହତ୍ୟା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୭ ମସିହାରେ ବ୍ରିଟିଶ କିଶୋରୀ ମୌଲୀ ରସେଲ ଏଇଭଳି ଏକ ଘଟଣାରେ ଆତ୍ମହତ୍ୟା କରିଥିଲେ। ତେବେ ସେ ଆତ୍ମହତ୍ୟା କରିବା ପୂର୍ବରୁ ମୋବାଇଲ ଏପ୍ ରେ ଏଭଳି ପୋଷ୍ଟ ସବୁ ଦେଖୁଥିଲେ ବୋଲି ତାଙ୍କର ଅଭିଭାବକ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.