Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବୈଦେଶିକ ମନ୍ତ୍ରୀଙ୍କ ପାଇଁ ଜରୁରୀ ସୋସିଆଲ ମିଡ଼ିଆ : ସ୍ପଷ୍ଟ କଲେ ନୂଆ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

4/06/2019 at 5:06 PM

ନୂଆଦିଲ୍ଲୀ ୪/୬ : ବୈଦେଶିକ ସଚିବ ଏସ. ଜୟଶଙ୍କର ପୂର୍ବତ୍ତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପୁରୁଣା ପରମ୍ପରାକୁ ବଜାୟ ରଖିଛନ୍ତି । ସୁଷମା ସ୍ୱରାଜ ବିଦେଶରେ କୌଣସି ସମସ୍ୟାରେ ଫସି ରହିଥିବା ଭାରତୀୟଙ୍କୁ ଟ୍ୱିଟର ମାଧ୍ୟମରେ ସାହାଯ୍ୟ କରିଥାନ୍ତି । ସେଥିପାଇଁ ସୁଷମା ସ୍ୱରାଜ ବହୁତ ଲୋକପ୍ରିୟ । ଏସ. ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାପରେ ସେ ସୁଷମାଙ୍କ ଭଳି କାମ କରିପାରିବେନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଜୟଶଙ୍କର ୪୮ ଘଣ୍ଟାରେ ମଧ୍ୟରେ ଏହା ସ୍ପଷ୍ଟ କରିଦେଇଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ, ଟ୍ୱିଟର ଜରିଆରେ ଲୋକେ ତାଙ୍କୁ ସାହାଯ୍ୟ ମାଗିପାରିବେ ।

ସାଧାରଣ ଲୋକଙ୍କ ପହଂଚରୁ ବହୁତ ଦୂରରେ ଥିବା ବିଚାର କରାଯାଉଥିବା ବୈଦେଶିକ ମନ୍ତ୍ରାଳୟ ପ୍ରଥମଥର ପାଇଁ ଜନତାଙ୍କ ସହ ଏହିଭଳି ଯୋଡି ହୋଇଛି । ଭାରତୀୟ ଅର୍ଥ ବ୍ୟବସ୍ଥା ଖୋଲିବା ପରେ ବହୁ ସଂଖ୍ୟକ ଭାରତୀୟ କାମ କରିବା ପାଇଁ ଦେଶ ବାହାରକୁ  ଯାଉଛନ୍ତି । ଏବେ ଏଠାରେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀ ମଧ୍ୟ କାମ କରୁଛନ୍ତି । ସେଥିପାଇଁ ଭାରତୀୟ କର୍ମଚାରୀଙ୍କ ପାଇଁ ବିଦେଶ ଯିବା ସାମାନ୍ୟ ହୋଇଯାଇଛି ।

ପର୍ଯ୍ୟଟନ ସ୍ଥଳରେ ମଧ୍ୟରେ ବିଦେଶର ବହୁ ଚାହିଦା ରହିଛି । ଲୋକେ ବୁଲିବାକୁ ପ୍ରାୟତଃ ବିଦେଶକୁ ଯାଉଛନ୍ତି । ଏହିଭଳି ସ୍ଥିତିରେ ଦିନକୁ ଦିନ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କିନ୍ତୁ ସୋସିଆଲ ମିଡ଼ିଆ ଜରିଆରେ ସୁଷମା ସ୍ୱରାଜ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ।

ଏହିଭଳି ଭାବେ ବିଦେଶରେ ଭାରତୀୟଙ୍କୁ ସାହାଯ୍ୟ କରିବା ଜାରି ରଖିବା ଦ୍ୱାରା ମନ୍ତ୍ରୀ ଏବଂ ମନ୍ତ୍ରାଳୟ କେବଳ ଲୋକଙ୍କ ସହ ଜଡିତ ହେଉନାହାନ୍ତି, ବରଂ ମନ୍ତ୍ରୀଙ୍କ ପାଇଁ ଏକ ରାଜନୈତିକ ସମର୍ଥନ ଓ ବିଶ୍ୱାସ ମଧ୍ୟ ଯୋଡି ହେଉଛି । ନୂଆ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନିଜେ ମଧ୍ୟ କ୍ୟାରିଅର ଡିପ୍ଲୋମେଟିକ । 

   Related Posts