ଗୀତାଙ୍କ ମାତାପିତା ତଲାସ ଲାଗି ସୋସାଲ ମିଡିଆରେ ଆରମ୍ଭ ହେଲା ଅଭିଯାନ , ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | October 28, 2019 IST

ନୂଆଦିଲ୍ଲୀ: ପାକିସ୍ତାନରୁ ଉଦ୍ଧାର ହୋଇଥିବା ମୁକ ବଧିର ଝିଅ ଗୀତାକୁ ଏପର୍ଯ୍ୟନ୍ତ ଭାରତରେ ତାର ମାତାପିତା ମିଳିପାରିନାହାନ୍ତି। ଏଣୁ ଗୀତାର ପରିବାରକୁ ଖୋଜିବାକୁ ଏବେ ସୋସାଲ ମିଡିଆର ସହାୟତା ନିଆଯାଛି। ଏଥିଲାଗି ଫେସ ବୁକ୍ ରେ ସ୍ୱତନ୍ତ୍ର ପେଜ ଖୋଲାଯାଇଥିବା ବେଳେ ମୋବାଇଲ ଆପ୍ଲିକେସନ 'ଫେସ ଆପ୍'ର ବି ସହାୟତା ନିଆଯାଇଛି। ଗୀତାକୁ ଭାରତ ଅଣାଯିବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ଅଭିଭାବକ ଗୀତାକୁ ସେମାନଙ୍କ ଝିଅ ବୋଲି ଦାବି କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଡିଏନଏ ଟେଷ୍ଟ ବି କରାଗଲାଣି। ତେବେ ସମସ୍ତ ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଗୀତା  କଥା  କହି ପାରୁନି କି ଶୁଣି ପାରୁନି। ଭାରତ ଫେରିବାରେ ତାର ୪ ବର୍ଷ ବିତିଗଲାଣି। ହେଲେ ଅଭିଭାବକ ମିଳିପାରିନଥିବାରୁ ସେ ଏବେ ଇନ୍ଦୋରର ମୁକବଧିର ସଂସ୍ଥାନରେ ଅବସ୍ଥାନ କରୁଛି।

{"id":176082}

ଏହି ସମୟକୁ ଗୀତା ଫାଲତୁରେ ଯିବାକୁ ଦେଇ ନାହିଁ। ସେ ଏଠାରେ ସ୍କୁଲ ଶିକ୍ଷା ସାଙ୍ଗକୁ କୌଶଳ ବିକାଶ ଶିକ୍ଷା ମଧ୍ୟ ଗ୍ରହଣ କରୁଛି। ତେବେ ଗୀତାର ମାତାପିତାଙ୍କ ଲାଗି ଆରମ୍ଭ ହୋଇଥିବା ସୋସାଲ ମିଡିଆ କାର୍ଯ୍ୟକ୍ରମ ଏବେ ସଫଳ ହୋଇପାରେ। ଏଥିଲାଗି ଗୀତାର ୧୦ ବର୍ଷ ପୁରୁଣା ଫଟୋ ପ୍ରସ୍ତୁତ କରାଯାଇ ସୋସାଲ ମିଡିଆରେ ଭାଇରାଲ କରିବାକୁ ଉଦ୍ୟମ କରାଯାଉଛି। ଏଣୁ ତାକୁ ଜିଏ ଛୁଆ ଦିନେ ଦେଖିଥିବା ବା ଜାଣିଥିବେ ସେମାନେ ନିଶ୍ଟିତ ଗୀତାକୁ ଚିହ୍ନି ପାରିବେ। ଭାରତୀୟ ଝିଅ ଗୀତା ପାକିସ୍ତାନରେ ଥିବା ଜଣା ପଡିବା ପରେ ତତ୍କାଳୀନ ବୈଦେଶିକମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ତାକୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ କରିଥିଲେ। ମନ୍ତ୍ରାଳୟଙ୍କ ଉଦ୍ୟମରେ ଝିଅଟି ୪ ବର୍ଷ ପୂର୍ବେ ଗୀତା ଭାରତ ଫେରିଥିଲେ ମଧ୍ୟ ସେ ଏଠାରେ ତା ମାତା ପିତା ଅଥବା ପରିବାରଙ୍କୁ ପାଇ ପାରୁନାହିଁ। ଏଣୁ ଗତ ୨୬ ଅକ୍ଟୋବର ୨୦୧୫ରୁ ସେ ସଂସ୍ଥାନରେ ରହି ଆସୁଛି।

{"id":176083}

ଏବେ ଗୀତାର ସହାୟତା ଲାଗି ଆଗେଇ ଆସିଛି ଆନନ୍ଦ ସର୍ଭିସ ସୋସାଇଟି। ହୁଏତ ସୋସାଲ ମିଡିଆ ମାଧ୍ୟମରେ ଗୀତାର ଅଭିଭାବକଙ୍କୁ ଖୋଜା ଯାଇ ପାରିବ ସେଥିଲାଗି ଫେସ୍ ବୁକ୍ ରେ 'ରି ୟୁନାଇଟ୍ ଗୀତା ଏ ଡିଫ ଗାର୍ଲ ୱିଥ ହର ଫ୍ୟାମିଲି' ନାମକ ପେଜ୍ ସଞ୍ଚାଳନ କରୁଛି। ତେବେ କେବଳ ଏତିକି ନୁହେଁ 'ଫେସ ଆପ୍' ଆପ୍ଲିକେସନ ମାଧ୍ୟମରେ ଗୀତାର ୧୦ ବର୍ଷ ପୂର୍ବ ଫଟୋ ପ୍ରସ୍ତୁତ କରି ଫେସବୁକ୍ ପେଜରେ ଅପଲୋଡ କରାଯାଇଛି। ଏହି ଆପ୍ଲିକେସନ କୌଣସି ବ୍ୟକ୍ତିଙ୍କ ଚେହେରାକୁ ୧୦ ବର୍ଷ ପୂର୍ବର ଚେହେରାରେ ପରିଣତ କରିପାରୁଛି। ଏଣୁ ବାଲ୍ୟକାଳରେ ଗୀତାକୁ ଦେଖିଥିବା ଲୋକେ ତାକୁ ହୁଏତ ସୋସାଲ ମିଡିଆରେ ଚିହ୍ନଟ କରାଯାଇପାରିବ ବୋଲି ଆନନ୍ଦ ସୋସାଇଟିର ଜ୍ଞାନେନ୍ଦ୍ର ପୁରୋହିତ କହିଛନ୍ତି। ଗୀତା ପ୍ରାୟ ୧୦ ବର୍ଷ ପୂର୍ବେ ନିଖୋଜ ହୋଇଥିଲେ ବୋଲି କହିଛନ୍ତି। ଏବେ ତାଙ୍କ ବୟସ ୨୭ ବର୍ଷ । ଏଣୁ ୧୭ ବର୍ଷ ବୟସରେ ତାଙ୍କୁ ଦେଖିଥିବା ଲୋକେ ନିଶ୍ଚିତ ଚିହ୍ନଟ କରିପାରିବେ ବୋଲି  ପୁରୋହିତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.