ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟକୁ ବିରୋଧ କରିଥିବା କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛି ଫେସ୍‌ବୁକ୍‌ !

Published By : Prameya-News7 Bureau | June 13, 2020 IST

ସିଏଟଲ: ଲୋକପ୍ରୀୟ ସୋସିଆଲ ମିଡିଆ ସାଇଟ୍‌ ‘ଫସ୍‌ ବୁକ୍‌’ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉତ୍ତେଜନାମୂଳକ ପୋଷ୍ଟପ୍ରତି  ମାର୍କ ଜୁକେରବର୍ଗ ଆଖିମୁଦି ଦେଇଛନ୍ତି।  ଏପରିକି ପୋଷ୍ଟକୁ ନେଇ ତାଙ୍କର ନିଷ୍କ୍ରିୟତାକୁ ବିରୋଧ କରିଥିବା କର୍ମଚାରୀଙ୍କୁ ସେ ଚାକିରୀରୁ ବାହାର ମଧ୍ୟ କରିଦେଇଛନ୍ତି। ଫେସବୁକ୍‌ ଇଙ୍କ୍‌ରୁ ଚାକିରୀ ହରାଇଥିବା ଜନୈକ କର୍ମଚାରୀଙ୍କ ଏପରି ଅଭିଯୋଗ ଏବେ ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବ୍ରାଣ୍ଡନ ଡେଲ ନାମକ ଜନୈକ ବ୍ୟକ୍ତି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏ ନେଇ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ତାଙ୍କ ସହକର୍ମୀଙ୍କ ନିରବତାକୁ ସେ ସର୍ବସାଧାରଣରେ ଆହ୍ୱାନ କରିବାରୁ ତାଙ୍କୁ ଚାକିରୀରୁ ବରଖାସ୍ତ କରଯାଇଥିବା ଉଲ୍ଲେଖ କରିଛନ୍ତି। ତାଙ୍କର ଏପରି ବରଖାସ୍ତକୁ ବିରୋଧ କରି ଗତ ଜୁନ ୧ ତାରିଖରେ ଫେସବୁକ୍‌ରେ କର୍ମଚାରୀମାନେ ବିରଳ ପ୍ରତିବାଦ ମଧ୍ୟ କରିଥିଲେ।  ଡେଲଙ୍କ ପ୍ରୋଫାଇଲରୁ ସେ ସିଏଟଲରେ ଜଣେ ୟୁଜର ଇଣ୍ଟରଫେସ ଇଞ୍ଜିନିୟର ଅବସ୍ଥାପିତ ଥିବାର ଜଣାପଡିଛି। 

wp:html /wp:html

ଟ୍ରମ୍ଫଙ୍କ ପୋଷ୍ଟ ପରିଚାଳନା ନେଇ ଜୁକେର ବର୍ଗଙ୍କ ବିରୋଧରେ ଡେଲଙ୍କ ସମେତ ଅନ୍ୟ ୬ ଜଣ ଇଞ୍ଜିନିୟର ଓ କେତେକ କର୍ମଚାରୀ ସେମାନଙ୍କ ଡେସ୍କ ଛାଡି ଉଠିଆସିଥିଲେ। ତେବେ ଏ ନେଇ ଡେଲଙ୍କ ଟ୍ୱିଟ୍‌କୁ ନେଇ ଜୁକେରବର୍ଗ ତାଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ମେ ୨୫ତାରିଖ ଦିନ ପୋଲିସ ହାଜତରେ ଜର୍ଜ ଫ୍ଲୟଡ୍ ମୃତ୍ୟୁ ଘଟଣା  ଦେଶରେ ବର୍ଣ୍ଣବିଦ୍ୱେଷ ଆନ୍ଦୋଳନକୁ ଉସକାଇଥିଲା।  ଲୁଟପାଟ ଓ ଗୁଳିକାଣ୍ଡକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ। ଟ୍ୱିଟର ସମାନ ପୋଷ୍ଟ ଉପରେ ୱାର୍ଣ୍ଣିଂ ଲେବଲ ଲଗାଇଥିବା ବେଳେ ଆନ୍ଦୋଳନକାରୀଙ୍କ ପ୍ରତି ତାଙ୍କର ସମର୍ଥନ ସ୍ପଷ୍ଟ କରିଥିବା ବେଳେ ଫେସ୍‌ବୁକ୍‌ ଏହାକୁ ଅଣଦେଖା ଛାଡିଦେଇଥିଲା।

ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏଣୁ ଜୁକେରବର୍ଗ  ସେହି ସପ୍ତାହରେ କର୍ମଚାରୀଙ୍କ ବୈଠକ ଡାକିଥିଲେ। ଏଥିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେବେ ଡେଲ ତାଙ୍କ ଟ୍ୱିଟ୍‌ରେ ଏବେ ସେହି ନେତୃବର୍ଗ ଆମ ସହ ନଥିବା ସ୍ପଷ୍ଟ ହୋଇଯାଇଥିବା ଉଲ୍ଲେଖ କରିଛନ୍ତି। ଶେଷରେ ଟ୍ୱିଟର ଓ ଫେସବୁକ୍‌ ଟ୍ରମ୍ପଙ୍କ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନରୁ ଏବେ ଓହରି ଯାଇଥିବା ଜଣାପଡିବାରୁ ଡେଲ ଟ୍ୱିଟ୍‌ରେ ଏହାର ବିରୋଧ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.