ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ! ଆଇନର ସହାୟତା ଲୋଡ଼ି ପାରନ୍ତି ଅଭିନେତ୍ରୀ…
6/12/2019 at 4:27 PM

ମୁମ୍ବାଇ୬/୧୨: ନିକଟରେ ଅଭିନେତ୍ରୀ ରମିୟା ପାଣ୍ଡିଆନଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ସାମ୍ନାକୁ ଆସିଛି। ଏବେ ବି ମଧ୍ୟ ରମିୟାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଅଭିନେତ୍ରୀ ରମିୟାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କୁହାଯାଉଛି।

ସୂଚନା ଅନୁସାରେ ନିକଟରେ ରମିୟା ନିଜ ଇନଷ୍ଟାଗ୍ରାମରେ ତାଙ୍କ କିଛି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋକୁ ଅଶ୍ଲୀଳ ଢ଼ଙ୍ଗରେ ଏଡିଟ୍ କରି ଅନ୍ୟ ଗୋଟିଏ ଆକାଉଣ୍ଟରୁ ପୋଷ୍ଟ ହେଉଥିବା ସୂଚନା ମିଳିଛି। ଏହି ଘଟଣା ଜାଣିବା ପରେ ରମିୟା ନିଜ ପକ୍ଷରୁ ସ୍ପଷ୍ଟିକରଣ ଦେଇଛନ୍ତି।

ସେ କହିଛନ୍ତି ଯେ ସୋସିଆଲ ମିଡିଆର ୟୁଜର୍ସଙ୍କ ମନରେ ତାଙ୍କ ପ୍ରତି ଭ୍ରମ ଧାରଣ ସୃଷ୍ଟି ହୋଇଛି। ତାଙ୍କୁ ବଦ୍ନାମ କରିବା ଲାଗି ଏହା ଏକ ପ୍ରୟୋଜିତ ଷଡ଼ଯନ୍ତ୍ର । ଏଥିସହ ସୋସିଆଲ ମିଡିଆରେ ଥିବା ତାଙ୍କର ଅଫିସିଆଲି ଆକାଉଣ୍ଟ ସଂପର୍କରେ ରମିୟା ଇନଷ୍ଟାଗ୍ରାମରେ ଲେଖିଛନ୍ତି।
ଏଥିସହ ରମିୟା ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଯିଏ ବି କରୁଛନ୍ତି ତାଙ୍କୁ ମୁଁ ଛାଡ଼ିବି ନାହିଁ। ଏଥିପାଇଁ ଆଇନର ସହାୟତା ନେବେ ବୋଲି ରମିୟା କହିଛନ୍ତି।